ଦୁଇଗୁଣା ବେଗରେ ବଢ଼ିବ ଆପଣଙ୍କ କେଶ ! ଲଗାନ୍ତୁ ଏହି ଲିକ୍ୱିଡ୍ ହେୟାର ମାସ୍କ, ଜାଣନ୍ତୁ ପ୍ରସ୍ତୁତ କରିବାର ବିଧି
ଲମ୍ବା କେଶ ପ୍ରତ୍ୟେକ ମହିଳାଙ୍କର ସ୍ୱପ୍ନ ହୋଇଥାଏ। ଏହାକୁ ପାଇବା ପାଇଁ ସେମାନେ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ବଜାରରେ ଏମିତି କେତେକ ବ୍ରାଣ୍ଡ ରହିଛି, ଯାହାକି ଲମ୍ବା, ଘନ କେଶ ଦାବି କରିଥାଆନ୍ତି। କିନ୍ତୁ ବାସ୍ତବରେ ସେମିତି କିଛି ହୋଇ ନ ଥାଏ। କେତେଥର ଏହି ପ୍ରଡକ୍ଟଗୁଡ଼ିକୁ ଲଗାଇବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ।
ଏମିତିରେ ଯଦି ଆପଣ ବି ଲମ୍ବା କେଶ ଚାହୁଁଛନ୍ତି, ତା’ହେଲେ ଆମେ ଆଜି ଆପଣଙ୍କୁ ଏକ ଘରୋଇ ଟିପ୍ସ ବିଷୟରେ କହିବୁ, ଯଦ୍ଦ୍ଵାରା କେଶ ଦୁଇଗୁଣା ବେଗରେ ବଢ଼ିବାରେ ଲାଗିବ। ଲମ୍ବା କେଶ ପାଇବା ପାଇଁ ଆପଣ ବହୁତ ସହଜରେ ଏହି ଲିକ୍ୱିଡ୍ ହେୟାର ମାସ୍କ ଘରେ ହିଁ ପ୍ରସ୍ତୁତ କରିପାରିବେ ଏବଂ ମଝିରେ ମଝିରେ ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କ କେଶ ବଢ଼ିବା ସାଙ୍ଗକୁ କେଶକୁ ପୋଷଣ ମଧ୍ୟ ମିଳିପାରିବ।
ଲିକ୍ୱିଡ୍ ହେୟାର ମାସ୍କ ବନାଇବାର ବିଧି
୧. ଏହି ମାସ୍କକୁ ବନାଇବାରେ ଆପଣଙ୍କୁ ୧ ଚାମଚ ଅଦା ରସ, ୨ ଚାମଚ ନଡ଼ିଆ ତେଲ ଏବଂ ୨ ଚାମଚ କ୍ୟାଷ୍ଟର ଅଏଲ୍ ନେବାକୁ ହେବ।
୨. ନଡ଼ିଆ ତେଲକୁ ହାଲୁକା ଗରମ କରନ୍ତୁ।
୩. ଏଥିରେ କ୍ୟାଷ୍ଟର ଅଏଲ୍ ଏବଂ ଅଦା ରସ ମିଶାନ୍ତୁ।
୪. ଏବେ ଲିକ୍ୱିଡ୍ ହେୟାର ମାସ୍କ ପ୍ରସ୍ତୁତ ହୋଇଗଲା।
୫. ଧ୍ୟାନ ରଖନ୍ତୁ, ଗରମ ତେଲରେ ଅଦା ରସକୁ ସିଧାସଳଖ ମିଶାଇବେ ନାହିଁ।
୬. ଅଦା ରସ ଏବଂ କ୍ୟାଷ୍ଟର ଅଏଲ୍କୁ ପ୍ରଥମେ କୌଣସି ଅଲଗା ପାତ୍ରରେ ମିକ୍ସ କରି ନେବେ।