ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କର ଆଉ ଏକ ଉପଲବ୍ଧି, ‘ପ୍ଲେୟର ଅଫ୍‌ ଦ ମନ୍ଥ’ ଭାବେ ଚୟନ କଲା ଆଇସିସି

ଭାରତୀୟ କ୍ରିକେଟ୍‌ ଟିମ୍‌ର ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କୁ ମିଳିଲା ଆଉ ଏକ ଟାଇଟଲ୍‌। ତାଙ୍କୁ ଫେବ୍ରୁୟାରୀ ମାସ ପାଇଁ ଆଇସିସି ପୁରୁଷ ପ୍ଲେୟର ଅଫ୍‌ ଦ ମନ୍ଥ ଚୟନ କରିଛନ୍ତି। ସେହିପରି ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ ଟେମି ବ୍ୟୁମୋଣ୍ଟଙ୍କୁ ମହିଳା ପ୍ଲେୟର ଅଫ୍‌ ଦ ମନ୍ଥ ଚୟନ କରିଛନ୍ତି। ଆଇସିସି ଏକ ବୟାନ ଜାରି ସୂଚନା ଦେଇଛି ଯେ ଅଶ୍ୱିନ୍‌ଙ୍କୁ ନିକଟରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ରେ ଉତ୍ତମ ପ୍ରଦର୍ଶନ ପାଇଁ ଆଇସିସି ପୁରୁଷ ପ୍ଲେୟର ଅଫ୍‌ ଦ ମନ୍ଥ ଭାବେ ଚୟନ କରିଛନ୍ତି।

ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଉତ୍ତମ ପ୍ରଦର୍ଶନ କରି ୧୦୬ ରନ୍‌ କରିଥିଲେ ଓ ଅହମ୍ମଦାବାଦରେ ହୋଇଥିବା ତୃତୀୟ ଟେଷ୍ଟ ବେଳେ ନିଜ ଟେଷ୍ଟ କ୍ୟାରିୟରର ୪୦୦ ତମ ଓ୍ଵିକେଟ୍‌ ନେଇଥିଲେ।


ସେହିପରି ବ୍ୟୁମୋଣ୍ଟଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ନିକଟରେ ଖେଳାଯାଇଥିବା ସିରିଜ୍‌ରେ ଭଲ ପ୍ରଦର୍ଶନ ପାଇଁ ମହିଳା ପ୍ଲେୟର ଅଫ୍‌ ଦ ମନ୍ଥ ଚୟନ କରାଯାଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ବ୍ୟୁମୋଣ୍ଟ ଦିନିକିଆ ସିରିଜ୍‌ର ତିନିଟି ମ୍ୟାଚ୍‌ରେ ଅର୍ଦ୍ଧଶତକ କରିଥିଲେ ଓ ମୋଟ ୨୩୧ ରନ୍‌ କରିବାରେ ସକ୍ଷମ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.