Below header

ଅମିତାଭ ବଚ୍ଚନଙ୍କ ଜୁହୁସ୍ଥିତ ‘ପ୍ରତୀକ୍ଷା’ ବଙ୍ଗଳାର ଭଙ୍ଗାଯିବ କାନ୍ଥ, ବିଏମ୍‌ସି ପଠାଇଥିଲା ନୋଟିସ୍‌, ହେଲେ ଉତ୍ତର ରଖି ନ ଥିଲେ ବିଗ୍‌ ବି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷା’ ନିଜ ସୁନ୍ଦରତା ପାଇଁ ଜଣାଯାଇଥାଏ। ଏହି ବଙ୍ଗଳାକୁ ଦେଖିବାକୁ ଏବଂ ବଙ୍ଗଳାରୁ ଅମିତାଭଙ୍କର ଏକ ଝଲକ ପାଇବାକୁ ଲୋକେ ଦୂର ଦୂରରୁ ଧାଇଁ ଆସିଥାଆନ୍ତି। କିନ୍ତୁ ଏବେ ମହାନାୟକଙ୍କ ଏହି ବଙ୍ଗଳାର କାନ୍ଥ ଭଙ୍ଗାଯିବାକୁ ଯାଉଛି। କାନ୍ଥକୁ ମହାନଗର ପାଳିକା ଭାଙ୍ଗିବ। ମୁମ୍ବାଇ ମହାନଗର ପାଳିକା ଏବେ ଜୁହୁ ଅଞ୍ଚଳରେ ଥିବା ଅମିତାଭଙ୍କ ବଙ୍ଗଳାର କାନ୍ଥକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ଚଳାଇଛି।

୨୦୧୭ରେ ଅମିତାଭଙ୍କୁ ପଠାଯାଇଥିଲା ନୋଟିସ୍‌

୨୦୧୭ରେ ଅମିତାଭ ବଚ୍ଚନଙ୍କୁ ବିଏମ୍‌ସି ନୋଟିସ୍‌ ପଠାଇଥିଲା। କିନ୍ତୁ ବିଗ୍‌ ବି ଏହା ଉପରେ କୌଣସି ଉତ୍ତର ରଖି ନ ଥିଲେ। ଫଳରେ ଏବେ ମୁମ୍ବାଇ ଉପନଗରୀୟ କଲେକ୍ଟ୍ରେଟର ସର୍ଭେ ଅଧିକାରୀମାନେ ବଙ୍ଗଳାକୁ ଭାଙ୍ଗିବା ପାଇଁ ଚିହ୍ନିତ ନିର୍ଦ୍ଦେଶ ଦେଇ ଯାଇଛନ୍ତି। କୁହାଯାଉଛି କି, ସନ୍ଥ ଜ୍ଞାନେଶ୍ୱର ମାର୍ଗକୁ ଅଧିକ ଚଉଡ଼ା କରିବା ପାଇଁ ଅମିତାଭ ବଚ୍ଚନଙ୍କ ଘରର କାନ୍ଥକୁ ଭଙ୍ଗା ଯାଉଛି।

ରାସ୍ତା ଚଉଡ଼ା କରିବାକୁ ଚାହୁଁଛି ବିଏମ୍‌ସି

ସୂଚନାଥାଉ କି, ଏହି ଅଞ୍ଚଳରେ ଅମିତାଭ ବଚ୍ଚନଙ୍କର ଆହୁରି ୩ ବଙ୍ଗଳା ରହିଛି। ସେପଟେ ସନ୍ଥ ଜ୍ଞାନେଶ୍ୱର ମାର୍ଗର ଚଉଡ଼ା ମାତ୍ର ୪୫ ଫୁଟ ଅଛି, କିନ୍ତୁ ବିଏମ୍‌ସି ଏହାକୁ ୬୦ ଫୁଟ୍‌ ଚଉଡ଼ା କରିବାକୁ ଚାହୁଁଛି, ଯେପରି ରାସ୍ତାରୁ ଟ୍ରାଫିକ ଜାମ୍‌କୁ ଦୂର କରାଯାଇ ପାରିବ। ତେବେ ଏହି କାମ ମଝିରେ ଏବେ ଅମିତାଭ ବଚ୍ଚନ ଓ ବିଜନେସ୍‌ମ୍ୟାନ ସତ୍ୟମୂର୍ତ୍ତିଙ୍କ ବଙ୍ଗଳା ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.