ଝୁଲନ୍‌ ଗୋସ୍ୱାମୀଙ୍କ ବାୟୋପିକ୍‌ରେ କାମ କରିବେ ଅନୁଷ୍କା ଶର୍ମା, ବ୍ଲୁ-ୟୁନିଫର୍ମରେ ଫଟୋ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରେଗନାନ୍ସି ପରେ ସିନେ ଜଗତରୁ ଦୂରେଇ ଯାଇଛନ୍ତି। ଗତ କିଛିଦିନ ହେଲା ସେ ଝିଅ ବାମିକା ସହ ସମୟ କାଟୁଛନ୍ତି। ମାତ୍ର ଏହି ସମୟରେ ସେ ୱେବ୍‌ସିରିଜ୍‌ ପାତାଲଲୋକ ଓ ଫିଲ୍ମ ବୁଲବୁଲରେ ପ୍ରଯୋଜନା ଦେଇଛନ୍ତି। ପ୍ରଡ୍ୟୁସରଭାବେ ତାଙ୍କ କାମକୁ ଖୁବ୍‌ ପ୍ରଶଂସା ମଧ୍ୟ କରାଯାଉଛି। କିନ୍ତୁ ଏବେ ସେ ଖୁବ୍‌ ଶୀଘ୍ର ବଡ଼ ପରଦାକୁ ଫେରୁଛନ୍ତି।

ଅଭିନେତ୍ରୀ ଭାବେ ଅନୁଷ୍କା ଶର୍ମା ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଭାରତର ଲୋକପ୍ରିୟ କ୍ରିକେଟର ତଥା ଦ୍ରୁତ ବୋଲର ଝୁଲନ୍‌ ଗୋସ୍ୱାମୀଙ୍କ ବାୟୋପିକ୍‌ରେ ନଜର ଆସିବେ। ଝୁଲନ୍‌ ଗୋସ୍ୱାମୀ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ ୩୩୩ ଓ୍ଵିକେଟ୍‌ ନେଇଥିବା ଦୁନିଆର ପ୍ରଥମ ତଥା ଏକମାତ୍ର ମହିଳା ଖେଳାଳି। ସେ ‘ଚକଦହା ଏକ୍ସପ୍ରେସ୍‌’ ଭାବେ ପ୍ରସିଦ୍ଧ।

ନିକଟରେ ଅନୁଷ୍କା ଶର୍ମାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋରେ ସେ ଭାରତୀୟ ମହିଳା କ୍ରିକେଟର ଟିମ୍‌ର ୟୁନିଫର୍ମରେ ନଜର ଆସିଥିଲେ। ଏହି ଫଟୋ କୋଲକାତାର ଇଡେନ୍‌ ଗାର୍ଡେନ୍‌ର। କୁହାଯାଉଛି ଯେ ଏହା ଝୁଲନ୍‌ ଗୋସ୍ୱାମୀଙ୍କ ବାୟୋପିକ୍‌ର ପୋଷ୍ଟର ପାଇଁ ସୁଟିଂ ବେଳର। କିନ୍ତୁ ଏହା ପରେ କୌଣସି ଖବର ସାମ୍ନାକୁ ଆସିନାହିଁ। ତେବେ ଝୁଲନ୍‌ ଗୋସ୍ୱାମୀର ବାୟୋପିକ୍‌ର ସ୍କ୍ରିପ୍ଟ ଉପରେ ଏବେ କାମ ଚାଲୁଥିବା ଜଣାଯାଇଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ସୁଟିଂ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.