Swiggy ବୟ କାନ୍ଧରେ ବ୍ୟାଗ୍ ପକାଇ ରାସ୍ତାରେ ଚଲାଇଲେ ସ୍କେଟିଂ, ଲୋକେ କହିଲେ, ‘ମିଡିଲ୍ କ୍ଲାସ୍ ପୁଅ…’

ଫୁଡ୍ ଡେଲିଭରି ପାଇଁ ସାଧାରଣତଃ ଡେଲିଭରି ବୟମାନେ ବାଇକ୍ କିମ୍ବା ସାଇକେଲ ବ୍ୟବହାର କରିଥାଆନ୍ତି। କିନ୍ତୁ କ’ଣ ଆପଣ ଏ ପର୍ଯ୍ୟନ୍ତ କାହାକୁ ସ୍କେଟିଂ ବ୍ୟବହାର କରିଥିବାର ଦେଖିଛନ୍ତି? ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ଜଣେ ଯୁବକ ଫୁଡ୍ ଡେଲିଭରି ପାଇଁ ବାଇକ୍ କି ସାଇକେଲ ନୁହେଁ, ବରଂ ରାସ୍ତାରେ ସ୍କେଟିଂ ଚଲାଇ ଯାଉଛନ୍ତି।
ଏହି ଫୁଡ୍ ଡେଲିଭରି ବୟ ଜଣକ କାନ୍ଧରେ Swiggyର ବ୍ୟାଗ୍ ପକାଇଛନ୍ତି। ସେ ଗୋଡ଼ରେ ସ୍କେଟିଂ ବାନ୍ଧି ରାସ୍ତାରେ ଦୌଡ଼ୁଛନ୍ତି। ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ ଖୁବ୍ ଭାଇରାଲ କରାଯାଉଛି। ଦ ଆଡଲ୍ଟ ହ୍ୟୁମର ନାମକ ପେଜ୍ ଏହାକୁ ସେୟାର କରିଛି। ଭାଇରାଲ ଭିଡିଓକୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲାଇକ୍ ମିଳି ସାରିଲାଣି।
କେତେଜଣ ୟୁଜର ଏହି ଭିଡିଓକୁ ଦେଖିବା ପରେ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ମିଡିଲ କ୍ଲାସ୍ ପୁଅ ସବୁବେଳେ ନିଜ ପରିବାର ଏବଂ ଭବିଷ୍ୟତ ପାଇଁ କଡ଼ା ପରିଶ୍ରମ କରିଥାଏ। କିନ୍ତୁ ଅଧିକ କିଛି କମାଇ ପାରି ନ ଥାଏ’। ଆଉ ଜଣେ ୟୁଜର ଲେଖିଛନ୍ତି ଯେ ‘ଯୁବକଙ୍କ କାନ୍ଧ ଉପରେ ବହୁତ କିଛି ଦାୟିତ୍ୱ ରହିଛି। ଏହି ଯୁବକଙ୍କୁ ସଲାମ’। ସେହିପରି କିଛି ୟୁଜର କହିଥିଲେ କି, ପେଟ୍ରୋଲ ଦାମ୍ ବଢ଼ି ଯିବାରୁ ଯୁବକ ଜଣକ ଏମିତି ଉପାୟ ଆପଣାଇଛନ୍ତି।