ଘରେ କୁକୁର ପାଳିବା ହୋଇଥାଏ ବହୁତ ଶୁଭ, ନିଃସନ୍ତାନ ଦମ୍ପତିଙ୍କୁ ମିଳିଥାଏ ଫାଇଦା

ଲୋକେ ନିଜ ସଉକରେ ଘରେ କୁକୁର ପାଳି ଥାଆନ୍ତି। କିନ୍ତୁ ବୋଧହୁଏ ଅନେକ ଲୋକ ଏହା ଜାଣି ନ ଥିବେ ଯେ ଘରେ କୁକୁର ପାଳିବା ବାସ୍ତୁ ହିସାବରେ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କ ଘରେ କୁକୁର ଅଛି ଅଥବା ଆପଣ ଏହାକୁ ପାଳିବାକୁ ଭାବୁଛନ୍ତି, ତ ଆମେ ଆଜି ଆପଣଙ୍କୁ ଏହା ସହ ଜଡ଼ିତ କିଛି ବାସ୍ତୁ ଟିପ୍ସ ବିଷୟରେ କହିବୁ। ଆସନ୍ତୁ ଜାଣିବା କାହିଁକି ଶୁଭ ହୋଇଥାଏ ଘରେ କୁକୁର ପାଳିବା।

କୁକୁରକୁ ଭୈରବ ଭଗବାନଙ୍କ ଦୂତ ବୋଲି କୁହାଯାଏ। ବିଶ୍ୱାସ ରହିଛି କି, କୁକୁରକୁ ଖାଦ୍ୟ ଖୁଆଇବା ଦ୍ୱାରା ଯମ ଦେବତା ଆଖପାଖରେ ରହି ନ ଥାଆନ୍ତି। କୁକୁର ଭୂତ, ପ୍ରେତ ଏବଂ ଆତ୍ମାମାନଙ୍କୁ ଦେଖିବାରେ ବି କ୍ଷମତା ରଖିଥାଏ। ତାଙ୍କ ଯୋଗୁ ଘର ଆଖପାଖରେ ଦୁଷ୍ଟ ଆତ୍ମାମାନେ ଘୂରି ବୁଲି ପାରନ୍ତି ନାହିଁ।

୧. ଘରେ ପ୍ରବେଶ କରିଥାଆନ୍ତି ମା’ ଲକ୍ଷ୍ମୀ: ବିଶ୍ୱାସ ରହିଛି, ସକାଳୁ ଉଠୁ ଉଠୁ କୁକୁରକୁ ଦେଖିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଜାତ ହୋଇଥାଏ। ଏଥି ସହିତ ଘରେ ମା’ ଲକ୍ଷ୍ମୀ ପ୍ରବେଶ କରିଥାଆନ୍ତି।

୨. ଶନି ଭଗବାନ ହୋଇଥାଆନ୍ତି ଖୁସି: ପ୍ରତିଦିନ କୁକୁରକୁ ଖାଦ୍ୟ ଖୁଆଇବା ଦ୍ୱାରା ଶନି ଭଗବାନଙ୍କ ଖାସ୍‌ କୃପା ଆପଣଙ୍କ ଉପରେ ରହିଥାଏ। କୁକୁରକୁ ତେଲରେ ସେକା ଯାଇଥିବା ରୁଟି ଖୁଆଇବା ଦ୍ୱାରା ବି ରାହୁ, କେତୁଙ୍କ ନିବାରଣ ହୋଇଯାଇଥାଏ।

୩. ନିଃସନ୍ତାନ ଦମ୍ପତିଙ୍କ ପାଇଁ ଲାଭଦାୟକ: ବିଶ୍ୱାସ କରାଯାଏ, କୁକୁର ପାଳିବା ଦ୍ୱାରା ଘରେ ଛୁଆର କୁଅାଁ କୁଅାଁ ଡାକ ଜଲ୍‌ଦି ଶୁଭିଥାଏ। ଏମିତିରେ ଯଦି ଦମ୍ପତିଙ୍କର କୌଣସି ପିଲାଛୁଆ ହେଉନାହିଁ, ତ ଘରେ ନିଶ୍ଚୟ କୁକୁର ପାଳନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.