ଭିଡିଓ ଗେମ୍ସ ପ୍ରତି ରହିଛି ଧୋନୀଙ୍କର ଏତେ ଭଲ ପାଇବା ଯେ ନିଦରେ ବି କୁହନ୍ତି PUBG କଥା, ଏମିତି ରାଜ୍‌ ଖୋଲିଲେ ସ୍ତ୍ରୀ ସାକ୍ଷୀ

ଭାରତୀୟ ଟିମ୍‌ର ସବୁଠାରୁ ସଫଳତମ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କ ସ୍ତ୍ରୀ ସାକ୍ଷୀ ରବିବାର ନିଜ ବିବାହର ୧୧ତମ ବାର୍ଷିକୀ ପାଳନ କରିଛନ୍ତି। ଧୋନୀ ଓ ସାକ୍ଷୀ ୪ ଜୁଲାଇ ୨୦୧୦ରେ ବିବାହ କରିଥିଲେ। ଏହି ଖାସ୍‌ ମଉକାରେ ସେମାନଙ୍କୁ ସାରା ବିଶ୍ୱରୁ ଶୁଭେଚ୍ଛାର ବାର୍ତ୍ତା ମିଳିଥିଲା। ଏହାରି ଭିତରେ ସାକ୍ଷୀ ନିଜର ଏବଂ ମାହିଙ୍କର କିଛି ସ୍ମୃତିକୁ ଫ୍ୟାନମାନଙ୍କ ସହିତ ସେୟାର କରିଛନ୍ତି।

କହି ରଖୁଛୁ, ଧୋନୀଙ୍କ ଆଇପିଏଲ୍‌ ଟିମ୍‌ ଚେନ୍ନାଇ ସୁପର କିଙ୍ଗସ୍‌(CSK) ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓରେ ସାକ୍ଷୀ ନିଜର ଏବଂ ଧୋନୀଙ୍କ ବିଷୟରେ କିଛି କଥା କହିଛନ୍ତି। ସେ କହିଛନ୍ତି କି, ଲକ୍‌ଡାଉନ ସମୟରେ ଧୋନୀ କେଉଁଭଳି ଭାବେ ନିଜ ଅବସର ସମୟ ବିତାଉଥିଲେ। ସାକ୍ଷୀ କହିଥିଲେ ଯେ ଧୋନୀଙ୍କୁ ଭିଡିଓ ଗେମ୍‌ ଖେଳିବା ବହୁତ ପସନ୍ଦ ଏବଂ ସେ PUBG ଓ Call Of Duty ଭଳି ଗେମ୍ସ ଖେଳିଥାଆନ୍ତି।

ସାକ୍ଷୀ କହିଥିଲେ କି, ‘ଧୋନୀ ନିଜର ବୁଦ୍ଧି ସବୁବେଳେ ଖଟାଇ ଥାଆନ୍ତି ଏବଂ ସେ ଆରାମ କରି ନ ଥାଆନ୍ତି। ମୋ ହିସାବରେ ସେ Call Of Duty, PUBG କିମ୍ବା ଅନ୍ୟ କୌଣସି ଭିଡିଓ ଗେମ୍‌ ଖେଳିବାରେ ବ୍ୟସ୍ତ ଥାଆନ୍ତି। ଏହାଦ୍ୱାରା ତାଙ୍କୁ ନିଜର ଧ୍ୟାନକୁ କେଉଁଠି ଲଗାଇବାରେ ସାହାଯ୍ୟ ମିଳିଥାଏ, ଯାହାକି ଏକ ଭଲ କଥା’।

ନିଦରେ କୁହନ୍ତି PUBG କଥା

ସାକ୍ଷୀ ଆହୁରି କହିଥିଲେ ଯେ ‘ଆଜିକାଲି ମାହି ନିଦରେ ମଧ୍ୟ କେବଳ PUBG କଥା ହିଁ କହୁଛନ୍ତି। PUBG ଏବେ ମୋ ବେଡ୍‌ରୁମ ପର୍ଯ୍ୟନ୍ତ ଚାଲି ଆସିଛି। ଅନେକ ବାର ମୋତେ ଲାଗିଥାଏ କି, ସେ ମୋ ସହ କଥା ହେଉଛନ୍ତି, କିନ୍ତୁ ସେ ତ ହେଡ୍‌ଫୋନ ଲଗାଇ ଗେମ୍‌ ଖେଳିବାରେ ଲାଗିଥାଆନ୍ତି। ରାତିରେ ଶୋଇଥିବା ବେଳେ PUBG ବିଷୟରେ କଥା ହୋଇଥାଆନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.