Below header

ଜିଦ୍‌ରେ ଅଟଳ! ବ୍ୟକ୍ତି ଚୀନ ସରକାରଙ୍କୁ ଦେଲେନି ନିଜ ଜମି, ତ ଘର ଚାରିପଟେ ଏମିତି ବନାଇ ଦିଆଗଲା ହାଇୱେ, ଦେଖନ୍ତୁ ଭାଇରଲ ଭିଡିଓ

ବିଗତ ଦିନରେ ଚୀନରେ ଏମିତି ଏକ ଘଟଣା ଘଟିଥିଲା, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବ। ଚୀନ ସରକାର ମୋଟରେଓ୍ଵ ଅର୍ଥାତ୍‌ ହାଇୱେ ବନାଇବା ପାଇଁ ରାସ୍ତାରେ ବାଧା ସୃଷ୍ଟି କରୁଥିବା ଏକ ଘରର ମାଲିକଙ୍କୁ ସେହି ସ୍ଥାନରୁ ହଟିବାକୁ ଅନୁରୋଧ କରିଥିଲେ। କିନ୍ତୁ ଘର ମାଲିକ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଶେଷରେ ଫଳ ଏହା ହୋଇଥିଲା କି, ଯେତେବେଳେ ସରକାର ହାଇୱେ ବନାଇଲେ, ତ ଘରକୁ ଛାଡ଼ି ବାକି ଚାରିପାଖରେ ରାସ୍ତା ବନାଇ ଦେଲେ। ଆଉ ଘରଟି ରାସ୍ତା ମଝିରେ କଏଦ ହୋଇ ରହିଗଲା।

ରିପୋର୍ଟ ମୁତାବକ, ଘର ମାଲିକ ଲିୟାଙ୍ଗ ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ଚୀନ ସରକାରଙ୍କ ବିରୋଧରେ ଲଢ଼େଇ ଜାରି ରଖିଥିଲେ। ସରକାର ଏହି ଘରକୁ କିଣିବାକୁ ଚାହୁଁଥିଲେ, ଯେପରି ରାସ୍ତା ବନାଇବା ପୂର୍ବରୁ ଘରକୁ ଧ୍ୱଂସ କରାଯାଇ ପାରିବ। କିନ୍ତୁ ବ୍ୟକ୍ତିଙ୍କ ଜିଦ୍‌ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା। ଏବେ ଏହାକୁ ‘ନେଲ୍‌ ହାଉସ୍‌’ ନାମ ଦିଆଯାଇଛି। କାହିଁକିନା, ଘର ମାଲିକ ସରକାରଙ୍କଠାରୁ ଘରକୁ ଧ୍ୱଂସ କରିବା ବଦଳରେ କୌଣସି ବି କ୍ଷତିପୂରଣ ନେବାକୁ ମନା କରି ଦେଇଥିଲେ।

୪୩୦ ବର୍ଗଫୁଟରେ ତିଆରି ହୋଇଛି ଘର

Haizhuyong ବ୍ରିଜ୍‌ ୨୦୨୦ରେ ତିଆରି ହୋଇଥିଲା ଏବଂ ସେହି ସମୟରେ ହିଁ ଏହାକୁ ଖୋଲି ଦିଆଯାଇଥିଲା। ନିଜ ଜିଦ ଯୋଗୁ ଏବେ ଲିୟାଙ୍ଗଙ୍କୁ ନିଜ ଘର ଝରକାରୁ କେବଳ ଆଖପାଖରେ ଚାଲୁଥିବା ଗାଡ଼ିଗୁଡ଼ିକୁ ହିଁ ଦେଖିବାକୁ ମିଳୁଛି। ରିପୋର୍ଟ ମୁତାବକ, ଏହି ଏକ ମହଲା ବିଶିଷ୍ଟ ଘର ୪୩୦ ବର୍ଗଫୁଟରେ ତିଆରି ହୋଇଛି ଏବଂ ୪ ଲେନ୍‌ ଟ୍ରାଫିକ୍‌ ଲିଙ୍କ ମଝିରେ ଏହା ଏକ ଗର୍ତ୍ତରେ ଅଛି।

Video Courtesy: South China Morning Post

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.