Below header

ଆସୁଛି ସରଫରୋସର ସିକ୍ବେଲ : ସିନେମାରେ ଆମୀରଙ୍କ ସ୍ଥାନ ନେବେ ଏହି ଅଭିନେତା

୧୯୯୯ ମସିହାରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ସରଫରୋସର ସିକ୍ବେଲ ହେବାକୁ ଯାଉଛି। ସରଫରୋସ୍ ଫିଲ୍ମରେ ଦେଖିବାକୁ ମିଳିଥିଲା ବଲିଉଡ଼ର ମିଷ୍ଟର ଫରଫେକ୍ଟନିଷ୍ଟ ଆମୀର ଖାନଙ୍କର ଦମଦାର ଅଭିନୟ। ଏବେ ଏହାର ସିକ୍ବେଲ ନିର୍ମାଣ ପାଇଁ ଚିନ୍ତା କରାଯାଉଛି। ଏହା ବିଷୟରେ ଟ୍ବିଇଟ୍ ଜରିଆରେ ସୂଚନା ଦେଇଛନ୍ତି ଟ୍ରେଣ୍ଡ ଏନାଲିଷ୍ଟ ରମେଶ ବାଲା। ତେବେ ସିକ୍ବେଲରେ ଆମୀର ଖାନ ନୁହଁ ବରଂ ମୁଖ୍ୟ ଅଭିନେତା ଭାବେ ନଜର ଆସିପାରନ୍ତି ଜନ ଆବ୍ରାହମ୍ । ଏହି ଖବର ଆସିବା ପରେ ଜନଙ୍କ ଫ୍ୟାନ ମାନଙ୍କ ମନରେ ଖୁସି ଖେଳାଇ ଯାଇଥିବା ବେଳେ ଆମୀରଙ୍କ ଫ୍ୟାନଙ୍କ ମନ ଦୁଃଖ ହୋଇଯାଇଛି।

ସରଫରୋସ ଫିଲ୍ମରେ ଆମୀରଙ୍କ ବିପକ୍ଷରେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଦେଖିବାକୁ ମିଳିଥିବା ବେଳେ ସିକ୍ବେଲରେ ଜନଙ୍କ ନାୟିକା ନେଇ କୌଣସି ଖବର ମିଳିନାହିଁ । ତେବେ ସରଫରୋସ୍ ସିକ୍ବେଲରେ ଜନ ଆବ୍ରାହମଙ୍କ ଛଡ଼ା ନଶରୁଦ୍ଦିନ ଶାହା ଏବଂ ମୁକେଶ ଋଷି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଜନ ତାଙ୍କ ଆଗାମୀ ଫିଲ୍ମ ସତ୍ୟ ମେବ ଜୟତେ ପାଇଁ ବହୁ ବ୍ୟସ୍ତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.