ଭୁବନେଶ୍ୱର : ମହିଳା ନିର୍ୟାତନା ବିରୋଧରେ ବାଇକ୍ ରାଲି। ନିର୍ୟାତନା ରୋକିବା ନେଇ ଲୋକଙ୍କୁ ସଚେତନ କରାଇବା ବିରୋଧରେ ସାରା ଦେଶରେ ଏହି ରାଲିର ଆୟୋଜନ କରାଯାଇଛି। ଏଥିରେ ସାମିଲ ହୋଇଥିଲେ ଶହେରୁ ଅଧିକ ବାଇକର୍ଣ୍ଣି। କଳିଙ୍ଗ ମୋଟର୍ସ ସ୍ପୋଟର୍ସ କ୍ଲବ ଆଣ୍ଡ ବାଇକର୍ସ ରିପବ୍ଲିକ ଅଫ ଓଡ଼ିଶା ପକ୍ଷରୁ ମିଳିତ ଭାବରେ ଏହି ବାଇକ ରାଲିର ଆୟୋଜନ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ସାଣ୍ଡି ଟାଓ୍ଵାରରେ ଏହି ରାଲିକୁ ଫ୍ଲାଗ ଅପ କରାଯାଇଥିଲା। ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ବାଇକ୍ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। । ଏହାପରେ ରାଲି ବାହାରି ଜୟଦେବ ବିହାର, ଆଚାର୍ୟ୍ୟ ବିହାର ଦେଇ ପୁଣି ସାଣ୍ଡି ଟାଓ୍ଵାର ପାଖରେ ପହ଼ଞ୍ଚିଥିଲା।
Prev Post