Below header

ପଢନ୍ତୁ, ପ୍ରେମ ବିବାହ ପାଇଁ କିପରି କରିବେ ଘରଲୋକଙ୍କୁ ରାଜି !

ଜୀବନରେ ପ୍ରେମ ତ’ ସମସ୍ତଙ୍କୁ ହୋଇଥାଏ କିନ୍ତୁ ବହୁତ କମ୍ ଭାଗ୍ୟବାନ ଥାନ୍ତି ଯେଉଁ ମାନଙ୍କୁ ତାଙ୍କ ପ୍ରେମ ସହ ଜୀବନ ଯିଇଁ ପାରିଥାନ୍ତି  । କେବେକେବେ ସମୟ ସାଥ୍ ଦେଇନଥାଏ ଆଉ କେବେକେବେ ଘର ଲୋକ ରାଜି ନଥାନ୍ତି । ଆମ ଭାରତୀୟ ପରମ୍ପରାରେ ଏବେ ବି ଘର ଲୋକଙ୍କ ପସନ୍ଦକୁ ପ୍ରଧାନ୍ୟ ଦିଆଯାଇଥାଏ । ସମାଜିକ ନଜରରେ ଦେଖିଲେ ଏହା ହେଉଛି ଆମ ସଂସ୍କୃତି ଯାହା ଆମେ ନଚାହିଁଲେ ମଧ୍ୟ ଏହାକୁ ମାନିବାକୁ ପଡିଥାଏ । ଜବରଦସ୍ତି ଗୋଟେ ସଂପର୍କରେ ବାନ୍ଧି ହୋଇରହିବାକୁ ପଡିଥାଏ ।

ବାସ୍ତବରେ ଠିକ ହେବ ଆପଣ ଯଦି କାହାକୁ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ହିଁ ବିବାହ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଘର ଲୋକଙ୍କୁ ରାଜି କରାଇ ଆପଣଙ୍କ ପ୍ରେମ ସାଥୀଙ୍କୁ ନିଜର ଜିବନସାଥୀ କରିନିଅନ୍ତୁ । ଆଜି ଅମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣଙ୍କ ପରିବାର ଲୋକ କିଛି ଦିନ ପରେ ରାଜି ହୋଇଯିବେ ଆପଣଙ୍କ ପ୍ରସ୍ତାବରେ ।

ଯଦି ପ୍ରେମ କରିଛନ୍ତି ତେବେ ଏହି ପ୍ରେମକୁ ପାଇବା ପାଇଁ ଟିକେ ସାହସତ’ ବାନ୍ଧିବାକୁ ପଡିବ ଆପଣଙ୍କୁ । ଯାହା ଫଳରେ ଆପଣ ଆପଣଙ୍କ ପରିବାକୁ ରାଜି କରାଇପାରିବେ । ତାପରେ ଖୁସି ଖୁସି ଦୁହେଁ ଦୁହିଁଙ୍କର ଦୁଃଖ ସୁଖ ଏକାଠି ବାଣ୍ଟିପାରିବେ ।

• ଘର ଲୋକଙ୍କୁ ଏପରି ମିଶାନ୍ତୁ ଆପଣଙ୍କ ସାଥୀଙ୍କ ସହ : କେବେବି ସିଧାସଳଖ ଭାବେ ଘର ଲୋକଙ୍କୁ ଆପଣଙ୍କ ସାଥୀଙ୍କ ସହ ଭେଟ କରାନ୍ତୁ ନାହିଁ ବିବାହ ପାଇଁ । ଆପଣଙ୍କର ଜଣେ ଭଲ ବନ୍ଧୁ ରୂପେ ଘର ଲୋକଙ୍କ ସହ ଦେଖାକରନ୍ତୁ। ଯେମିତିକି ଆପଣଙ୍କ ସାଥୀ ବିନା ଡରରେ ଆପଣଙ୍କ ଘର ଲୋକଙ୍କ ସହ ମିଶି ପାରନ୍ତୁ ଏବଂ ଏହା ଦ୍ବାରା ଆପଣଙ୍କ ପରିବାର ଲୋକ ଠିକ୍ ଭାବେ ଜାଣିପାରନ୍ତୁ ଆପଣଙ୍କ ସାଥୀ କିପରି ।

• ଏପରି ରଖନ୍ତୁ ବିବାହ କଥା : ବାହାଘର କଥା କରିବା ପାଇଁ କେବେ ହେଲେ ସିଧା ନିଜ ବାପା ମାଙ୍କ ପାଖକୁ ଯାଆନ୍ତୁ ନାହିଁ । ସବୁବେଳେ ନିଜ ଭାଇ କିମ୍ବା ଭଉଣୀଙ୍କୁ ଏସବୁ ବିଷୟରେ କୁହନ୍ତୁ ତେବେ ଯାଇ ଆପଣଙ୍କ ପାଇଁ ସୁବିଧା ହୋଇପାରିବ କାହିଁକିନା ଆପଣ ଏବେ ଏକା ନଥିବେ ଆପଣଙ୍କ ସହ ଆପଣଙ୍କ ଭାଇ କିମ୍ବା ଆପଣଙ୍କ ଭଉଣୀ ଥିବେ ।

• ଏପରି ଆଣାନ୍ତୁ ଆପଣଙ୍କ ଘରଲୋକଙ୍କ ପ୍ରତିକ୍ରିୟାକୁ : ସାଥୀଙ୍କ ସହ ଭେଟ କରେଇବା ପରେ ଘରଲେକାଙ୍କୁ ବାରମ୍ବାର ଆପଣଙ୍କ ସାଥୀଙ୍କ ବାବଦରେ କୁହନ୍ତୁ ଦେଖିବେ ଘରେ ଆପଣଙ୍କର ଏହି କଥାର ଅର୍ଥ ବୁଝିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.