Below header

ବୟଫ୍ରେଣ୍ଡଙ୍କ ଠାରୁ ଏହି ଅଭିନେତ୍ରୀଙ୍କୁ ମିଳୁଛି ହତ୍ୟାର ଧମକ, ଜାଣନ୍ତୁ ପ୍ରକୃତ କାରଣ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟର ଯାଦୁ ଦେଖେଇ ସାରିଥିବା ପ୍ରଖ୍ୟାତ ଅଭିନେତ୍ରୀ ଅଞ୍ଜଳି ଆମିର ନିକଟରେ ଏକ ବଡ ଖୁଲାସା କରିଛନ୍ତି । ନିଜ ସୋସିଆଲ ଆକାଉଣ୍ଟ ଜରିଆରେ ହିଁ ଅଞ୍ଜଳି ଏହି ଖୁଲାସା କରିଛନ୍ତି । ତାଙ୍କ ଅନୁଯାୟୀ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଜୀବନରୁ ମାରିଦେବା ଓ ଏସିଡ ଆଟକର ଧମକ ମାନ ଦେଉଛନ୍ତି । ଅଞ୍ଜଳି ହେଉଛନ୍ତି ସେହି ଅଭିନେତ୍ରୀ ଯିଏ ପ୍ରେନାଭୁ ସିନେମା ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜୟ କରିପାରିଥିଲେ । ଏକ ଇଂରାଜୀ ୱେବସାଇଟ ଅନୁଯାୟୀ ୨୦୧୮ ମସିହାରେ ସେ ମାଲାୟାଲାମ ରିଆଲିଟି ସୋ ବିଗ ବସର ପୂର୍ବ ପ୍ରତିଯୋଗୀ ମଧ୍ୟ ରହିସାରିଛନ୍ତି । ସୂଚନା ଅନୁଯାୟୀ କିଛି ଦିନ ହେବ ଅଞ୍ଜଳି ନିଜ ବୟଫ୍ରେଣ୍ଡଙ୍କ ସହ ଲିଭ ଇଂନ ରିଲେସନସିପରେ ରହୁଥିଲେ । ନିଜ ସୋସିଆଲ ଆକାଉଣ୍ଟରେ ଲାଇଭ ଆସି ହିଁ ଅଞ୍ଜଳି ନିଜ ବୟ ଫ୍ରେଣ୍ଡ ସମ୍ପର୍କରେ ଏହି ଖୁଲାସା କରିଛନ୍ତି ।

anjali

ଏହା ସହ ପଢନ୍ତୁ: ଜେଲ୍‌ରେ ଥିଲା ବେଳେ ସଞ୍ଜୟ ଦତ୍ତ ଠୁଙ୍ଗା ତିଆରି କରୁଥିଲେ, ଜାଣନ୍ତୁ ଏ ବାବଦ ପଇସା ସେ କଣ କଲେ ?

ତାଙ୍କ ଅନୁଯାୟୀ ଯେବେଠୁଁ ସେ ନିଜ ସାଙ୍ଗ ଙ୍କ ସହ ସବୁ ସମ୍ପର୍କ କାଟିବା ପାଇଁ ନିଷ୍ପତି ନେଇଛନ୍ତି । ସେବେଠାରୁ ହିଁ ତାଙ୍କ ନିକଟକୁ ଏହି ଧମକ ମାନ ଆସିବାରେ ଲାଗିଛି । ବୟ ଫ୍ରେଣ୍ଡ ଦେଇଥିବା ଧୋକାକୁ ବରଦାସ୍ତ କରି ନ ପାରି ସେ ଏହିପରି ଏକ ନିଷ୍ପତି ନେଇଥିବା କଥା କହିଛନ୍ତି । ଅଞ୍ଜଳି ଆହୁରି ମଧ୍ୟ କହିଛନ୍ତିକି ତାଙ୍କ ପାଖରେ କୌଣସି ପରିବାର ସଦସ୍ୟ ନ ଥିବାରୁ ହିଁ ତାଙ୍କ ନିକଟକୁ ଏହି ପରି ଧମକ ମାନ ଆସିବାରେ ଲାଗିଛି । ଏହାର ପରେ ପରେ ଅଞ୍ଜଳି ଆମିରଙ୍କ ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ଭାଇରଲ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ଅଞ୍ଜଳି ହେଉଛନ୍ତି ଦେଶର ପ୍ରଥମ ଟ୍ରାନ୍ସଜେନ୍ଡର କଳାକାର । ସେ ନିଜ କଳାକାର ଜୀବନର ସଂଘର୍ଷର କାହାଣୀ ବିଗ ବସରେ ପ୍ରକାଶ କରିଥିଲେ । ସୂଚନା ଅନୁଯାୟୀ ଖୁବ ଶୀଘ୍ର ନିଜର ଏକ ବାୟୋପିକ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.