ମୋହନା : ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ମୋହନା (କେ ନ୍ୟୁଜ୍‌) : ଗଜପତି ଜ଼ିଲ୍ଲା ଚାନ୍ଦିପୁଟ ସ୍ଥିତି ଏକ ବାଳିକା ବିଦ୍ୟାପୀଠର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏତଲା ଆଧାରରେ ମୋହନା ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି l ଯାହା ଜଣାପଡ଼ିଛି, ଛାତ୍ରୀ ଜଣକ ଏବେ ୬ ମାସର ଗର୍ଭବତୀ ଅଛନ୍ତି । ଘଟଣା ଜଣାପଡ଼ିବା ପରେ ଡାକ୍ତରୀ ମଇନା ପାଇଁ ତାଙ୍କୁ ପାରଳାଖେମୁଣ୍ଡି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି l ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ କହିଛନ୍ତି l ତେବେ ଛାତ୍ରୀ ଜଣକ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ଏବଂ ଅଭିଯୁକ୍ତ କିଏ ତାର ପୋଲିସ୍‌ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.