Below header

ମାତ୍ର ୨୫୦୦୦ ଟଙ୍କାରେ ଆସିଲା ଦୁନିଆର ସବୁଠାରୁ ଶସ୍ତା ଫୋଲ୍ଡେବୁଲ ଫୋନ, ରହିଛି ଦମଦାର ଫିଚର

ଆଜିକାଲି ବଜାରରେ ଗୋଟେ ପରେ ଗୋଟେ ଫୋଲ୍ଡେବୁଲ ଫୋନ ଲଞ୍ଚ ହେବାରେ ଲାଗିଛି । ସର୍ବପ୍ରଥମେ ସାମସଙ୍ଗ ନିଜର ଫୋଲ୍ଡେବୁଲ ଫୋନ ଗ୍ୟାଲେକ୍ସି ଫୋଲ୍ଡ ଲଞ୍ଚ କରିଥିଲା ଯାହାର ଦାମ ଥିଲା ୧ ଲକ୍ଷ ୬୪ ହଜାର ଟଙ୍କା । ତେବେ ବର୍ତ୍ତମାନ ଲଞ୍ଚ କରାଯାଇଛି ଦୁନିଆର ସବୁଠାରୁ ଶସ୍ତା ଫୋଲ୍ଡେବୁଲ ଫୋନ । ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଏହି ଫୋଲ୍ଡେବୁଲ ଫୋନର ଫିଚର୍ସ ।

Escobar Fold 1

ସୂଚନା ଅନୁଯାୟୀ ଏହି ଫୋଲ୍ଡେବୁଲ ଫୋନର ନାମ ହେଉଛି Escobar Fold 1 ଯାହାର ଦାମ ୩୪୯ ଡଲାର ବା ପାଖାପାଖି ୨୪,୯୭୧ ଟଙ୍କା । ନିଜର ଫୋଲ୍ଡେବୁଲ ଫୋନକୁ ନେଇ କମ୍ପାନୀ କହିଛି ଯେ ଲୋକମାନେ ଏହି ଫୋନରେ ହଜାର ହଜାର ଟଙ୍କା ବଞ୍ଚାଇ ପାରିବେ ଏବଂ ତା ସହିତ ଏକ ଶସ୍ତା ଫୋଲ୍ଡେବୁଲ ଫୋନ ମଧ୍ୟ ପାଇବେ ।

ଏହାସହ ପଢନ୍ତୁ Nokia 8.2 ଆଜି କରିବ ମାର୍କେଟରେ ଏଣ୍ଟ୍ରୀ, ମିଳିବ ଦମଦାର ଫିଚର୍ସ

Escobar Fold 1ର ଫିଚର୍ସ ଉପରକୁ ଆସିଲେ ଆମକୁ ଏଥିରେ Qualcomm ର Snapdragon 855 ପ୍ରୋସେସର ମିଳିବ ଏବଂ ଦମଦାର ପରଫରମାନ୍ସ ପାଇଁ ଏଥିରେ 8GB ରାମ ସହିତ ୫୧୨ ଜିବି ଷ୍ଟୋରେଜ ମଧ୍ୟ ଦିଆଯାଇଛି । ଏଥିରେ ୧୬ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୨୦ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ଦିଆଯାଇଛି ।

Escobar Fold 1

ଏହି ଫୋନରେ ୭.୮ ଇଞ୍ଚର ଦୁଇଟି ଡିସପ୍ଲେ ଦିଆଯାଇଛି ଯାହାକୁ ଓପନ କରି ଏହି ଫୋନକୁ ଟ୍ୟାବ ଭଳି ବ୍ୟବହାର କରାଯାଇପାରିବ । ଏହି ଫୋନରେ ଡୁଆଲ ସିମର ସପୋର୍ଟ ମଧ୍ୟ ରହିଛି । ଏହା ଅନେକାଂଶରେ Huawei Mate X ଭଳି ଦେଖାଯାଇଥାଏ । କମ୍ପାନୀର ଦାବି ଅନୁଯାୟୀ ଏହି ଫୋନ କେବେ ଭାଙ୍ଗିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.