ମାଇନସ ଡିଗ୍ରୀରେ ସର୍ଟଲେସ ଫଟୋ ସେୟାର କଲେ ଟାଇଗର, ଫ୍ୟାନ୍ସ କହିଲେ, ଆମେ ଜାଣୁ ତୁମେ ଗରମ

କେନ୍ୟୁଜ ଓଡିଶା : ଅଭିନେତା ଟାଇଗର ଶ୍ରଫ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ୱର୍କଆଉଟ ଭିଡିଓରେ କେବେ ହେଲେ ନିରାଶ କରନ୍ତି ନାହିଁ । ଏଥର ସେ ମାଇନସ ଡିଗ୍ରୀରେ ସାର୍ଟଲେସ ହେବାର ଭିଡିଓ ସେୟାର କରିଛନ୍ତି । କିନ୍ତୁ କିଛି ସମୟ ପାଇଁ ନୁହେଁ କି ଘର ଭିତରେ ନୁହେଁ ଖୋଲା ଆକାଶ ତଳେ ରନିଙ୍ଗ ସମୟରେ ବେୟାର ବର୍ଡିରେ ଫଟୋ ସେୟାର କରିଛନ୍ତି ଟାଇଗର । ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଟାଇଗର ଲେଖିଛନ୍ତି, ମୋର ଦିନ ଆରମ୍ଭ କରିବା ପାଇଁ କିଛି ପ୍ରକୃତି କ୍ରିଓ ଥେରାପି ହାଚଟ୍ୟାଗ ମାଇନସ ୱାନ ଡିଗ୍ରୀ । ଟାଇଗର ଏକ ପାର୍କରେ ହଲଦିଆ ସର୍ଟସ୍‌ ଛଡା ଆଉ କିଛି ବି ପିନ୍ଧି ନାହାନ୍ତି । ପାର୍କରେ ଦୌଡୁଥିବାର ଫଟୋ ସେ ସେୟାର କରିଛନ୍ତି ।

ଟାଇଗରଙ୍କ ପ୍ରେମିକା ଭାବରେ ଚର୍ଚ୍ଚା ହେଉଥିବା ଅଭିନେତ୍ରୀ ଦିଶା ପଟାନୀ କମେଣ୍ଟ କରିଛନ୍ତି କି ଲୋଲ୍‌ । ଆହୁରି ମଧ୍ୟ ଅଭିନେତ୍ରୀ ରକୁଳ ପ୍ରିତ ସିଂ କମେଣ୍ଟ ଦେଇଛନ୍ତି ୱୋ ! । ଏତେ ଶୀତରେ କେମିତି? । ଅଭିନେତା ରାହୁଲ ଦେବ ମନ୍ତବ୍ୟ ଦେଇଛନ୍ତି କି ସୁପର । ଏଲି ଅବ୍ରାମ କହିଛନ୍ତି, ଠିକ ଅଛି ନେକ୍ସଟ ଲେବଲ । ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି ବାପରେ ୱାନ ଡିଗ୍ରୀ ସେଲସିୟସ, ହାଟ୍ସ୍‌ ଅଫ ଟାଇଗର ଭାଇ । ଆଉ ଜଣେ ଲେଖିଛନ୍ତି ଏତେ ଦେଖେଇହବା ଆବଶ୍ୟକତା ନାହିଁ । ମୁଁ ଜାଣେ ତୁମେ ଗରମ । ସେମିତି ଜଣେ କହିଲେ ଜଷ୍ଟ ଲାଇକ ଏ ରିୟଲ ଟାଇଗର ।

ଗତମାସରେ ମଧ୍ୟ ତୁଷାରପାତରେ ଟାଇଗର ସର୍ଟ ବିହିନ ଫଟୋ ସେୟାର କରିଥିଲେ । ତାଙ୍କୁ ନିର୍ମାତା ଜ୍ୟାକି ଭଗନାନିଙ୍କ ସହ ଦେଖିବାକୁ ମିଳିଥିଲା । ଏମିତିକି ସ୍କେଟିଂ କରିବାର ଭିଡିଓ ମଧ୍ୟ ପୂର୍ବରୁ ସେୟାର ହୋଇଥିଲା । ଟାଇଗର ବର୍ତ୍ତମାନ ବ୍ରିଟେନରେ ଅଛନ୍ତି ଯେଉଁଠାରେ ସେ ତାଙ୍କର ପରବର୍ତ୍ତୀ ଚଳଚିତ୍ର ଗଣପତି ସୁଟିଂରେ ବ୍ୟସ୍ତ । ଏଥିରେ କ୍ରିତି ସାନନ ମଧ୍ୟ ଅଭିନୟ କରୁଛନ୍ତି । ସେ ନଭେମ୍ବରରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.