Below header

ପଛ ପଟୁ ଫାଟିଗଲା ପରିଣୀତିଙ୍କ ଡ୍ରେସ୍‌,…ଲାଜରେ ମୁହଁ ଲୁଚାଇ ତୁରନ୍ତ ଖସି ପଳାଇଲେ

ପରିଣୀତି ଚୋପ୍ରା ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କର ପ୍ରତ୍ୟେକ ଫିଲ୍ମକୁ ଲୋକେ ଉତ୍ସାହର ସହିତ ଅପେକ୍ଷା କରି ଥାଆନ୍ତି। ପରିଣୀତି ଜଣେ ଭଲ ଅଭିନେତ୍ରୀ ହେବା ସହିତ ବଲିଉଡ୍‌ର ଫ୍ୟାଶନ୍ ଡିଭା ଭାବେ ମଧ୍ୟ ଜଣାଶୁଣା। ସେ ପ୍ରତିଦିନ ଲୋକଙ୍କ ପାଇଁ ଫ୍ୟାଶନ ଗୋଲ୍ସ ସେଟ୍‌ କରୁଥିବାର ନଜର ଆସି ଥାଆନ୍ତି। କିନ୍ତୁ ବେଳେବେଳେ ସେ oops ମୁହୂର୍ତ୍ତର ମଧ୍ୟ ଶିକାର ହୋଇ ଯାଆନ୍ତି। ଥରେ ଅଭିନେତ୍ରୀ ଟ୍ରେଣ୍ଡି ଦେଖାଯିବା ପାଇଁ ଏତେ ଅଧିକ ଟାଇଟ୍‌ ପୋଷାକ ପିନ୍ଧିଥିଲେ ଯେ ଏହା ଶେଷରେ ଫାଟି ଯାଇଥିଲା।

ପରିଣୀତି ଚୋପ୍ରା ନାଲି ରଙ୍ଗର ଓ୍ଵାନ ପିସ୍‌ ଟାଇଟ୍ ଫିଟେଡ୍‌ ପୋଷାକ ପିନ୍ଧି ଏକ ଇଭେଣ୍ଟରେ ପହଞ୍ଚିଥିଲେ। ଏହି ପୋଷାକରେ ପରିଣୀତି ସୁନ୍ଦର ଦେଖା ଯାଉଥିଲେ, କିନ୍ତୁ ସେ ଏହି ପୋଷାକରେ oops ମୋମେଣ୍ଟର ଶିକାର ହୋଇଥିଲେ। ଅଭିନେତ୍ରୀଙ୍କ ଏହି ପୋଷାକ ଏତେ ଅଧିକ ଟାଇଟ୍‌ ଥିଲା ଯେ ତାଙ୍କ ସିଲେଇ ହିଁ ଖୋଲିବାକୁ ଲାଗିଥିଲା ଏବଂ ତାଙ୍କର ଏହି oops ମୋମେଣ୍ଟ କ୍ୟାମେରାରେ କଏଦ ହୋଇ ଯାଇଥିଲା। ପରିଣୀତିଙ୍କର ଏହି ଫଟୋ ଯିଏ ବି ଦେଖିଲା, ସିଏ ଆଶ୍ଚର୍ଯ୍ୟ ହୋଇଗଲା।

ପଛ ପଟୁ ଖୋଲିଗଲା ପୋଷାକ

ପରିଣୀତି ଚୋପ୍ରାଙ୍କୁ ଯେତେବେଳେ ନିଜର ଏହି ପୋଷାକ ବିଷୟରେ ଜଣାପଡ଼ିଥିଲା ଯେ ପଛପଟୁ ତାଙ୍କର ଆଉଟଫିଟ୍‌ ହାଲୁକା ଭାବେ ଫାଟି ଯାଇଛି, ତ ସେ ତୁରନ୍ତ ସେଠାରୁ ଚାଲି ଯାଇଥିଲେ। ବାସ୍ତବରେ, ଅଭିନେତ୍ରୀ ଜଣକ ଅନୁଭବ କରିଥିଲେ ଯେ ତାଙ୍କ ପୋଷାକର ସିଲେଇ ଫିଟୁଛି, ତେଣୁ ସେ ଆଗପଛ କିଛି ନ ଭାବି ସେଠାରୁ ଖସି ଯିବାକୁ ଉଚିତ ଭାବିଥିଲେ।

ପରିଣୀତିଙ୍କ ଟିଭି ଡେବ୍ୟୁ

ଆପଣଙ୍କୁ କହି ରଖୁଛୁ ଯେ ‘ଦି ଗାର୍ଲ ଅନ୍ ଟ୍ରେନ୍’, ‘ସାନିଆ’, ‘ସନ୍ଦୀପ ଔର ପିଙ୍କି ଫରାର’ ଭଳି ଚଳଚ୍ଚିତ୍ରରେ ଚଳିତ ବର୍ଷ ନଜର ଆସିଥିବା ପରିଣୀତି ଚୋପ୍ରା ଏବେ ଟିଭିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ବହୁତ ଜଲ୍‌ଦି ହିଁ କରଣ ଜୋହର ଓ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଏକ ଶୋ’ରେ ଦେଖିବାକୁ ମିଳିବେ।

ପରିଣୀତିଙ୍କ କ୍ୟାରିୟର

ପରିଣୀତି ଚୋପ୍ରା ‘ଲେଡିଜ୍ ଭର୍ସେଜ ରିକି ବହଲ୍’ରୁ ୨୦୧୧ରେ ବଲିଉଡ ଫିଲ୍ମରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କୁ ବେଷ୍ଟ ଫିମେଲ ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା। କହି ରଖୁଛୁ କି, ଟିଭି ଶୋ’ ବ୍ୟତୀତ ଏବେ ସେ ଫିଲ୍ମ ‘ଉଞ୍ଚାଇ’ରେ ଅମିତାଭ ବଚ୍ଚନ, ଅନୁପମ ଖେର ଓ ବୋମନ ଇରାନୀଙ୍କ ସହିତ ଦେଖାଯିବେ। ଏହା ବ୍ୟତୀତ ରଣବୀର କପୁରଙ୍କ ସହ ‘ଆନିମଲ’ରେ ମଧ୍ୟ ନଜର ଆସିବେ। ଏମିତିରେ ପରିଣୀତି ପ୍ରଥମ ବଲିଉଡ ଅଭିନେତ୍ରୀ ନୁହନ୍ତି, ଯିଏ ଟିଭି ଶୋ’ କରିବାକୁ ଯାଉଛନ୍ତି। ଏଥି ପୂର୍ବରୁ ଶିଳ୍ପା ସେଟ୍ଟୀ, ସଲମାନ ଖାନ, କିରନ୍ ଖେର, ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ମଲାଇକା ଆରୋରା, କରୀନା କପୁର, ଶାହାରୁଖ ଖାନ, ଅମିତାଭ ବଚ୍ଚନଙ୍କ ଭଳି ଭେଟେରାନ କଳାକାରମାନେ ମଧ୍ୟ ବଡ଼ ବଡ଼ ଟିଭି ଶୋ’ରେ ନଜର ଆସି ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.