ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଇଲେକଟ୍ରିକ ବାହନରେ ଖଞ୍ଜାଯିବ ନକଲି ସାଉଣ୍ଡ ଡିଭାଇସ୍: କେନ୍ଦ୍ର ସରକାର
![car](https://knewsodisha.com/wp-content/uploads/2021/12/tech-1.jpg)
ଭାରତରେ ଇଲେକଟ୍ରିକ ବାହନର କ୍ରେଜ ବଢ଼ିବାରେ ଲାଗିଛି। ଏଥିପାଇଁ ଏହାର ଦାମ, ଚାର୍ଜିଂ ବ୍ୟବସ୍ଥା ଏବଂ ରେଞ୍ଜ ସହ ଅନ୍ୟ ସମସ୍ତ କଥାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି। ଏହି ବାହନ ଇଲେକ୍ଟି୍ରି ଦ୍ୱାରା ଚାଲିଥାଏ। ଏଥିରେ ଇଞ୍ଜିନ ଲଗାଯାଇନଥାଏ । ତେଣୁ ଏହା ପ୍ରଦୂଷଣ କରିନଥାଏ । ତେଣୁ ଏହା ପର୍ଯ୍ୟାବରଣ ପାଇଁ ମଧ୍ୟ ଖୁବ ଉପଯୋଗୀ ହୋଇଥାଏ। ବ୍ୟାଟେରୀ ଲାଗିଥିବା କାରଣରୁ ଏଥିରେ ସାଉଣ୍ଡ ବେଶି ହୋଇନଥାଏ । ଏହାକୁ ନେଇ କେବଳ ଭାରତ ନୁହେଁ ବରଂ ଦୁନିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଏଠାରେ କଥା ସୁରକ୍ଷାକୁ ନେଇ ଉଠୁଛି। ଭାରତରେ ଏହାର ଡିମାଣ୍ଡ ବଢ଼ିବା କାରଣରୁ ସରକାରଙ୍କ ଚିନ୍ତା ବଢ଼ିଲାଣି। କାରଣ ଏହା କାରଣରୁ ଦୁର୍ଘଟଣା ହେବାର ଆଶଙ୍କା ବଢ଼ିଛି। ସୁରକ୍ଷା କାରଣକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଏହା ଉପରେ ନୁଆ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାର ଇଲେକଟ୍ରିକ ବାହନରେ ଆର୍ଟିଫିସିଆଲ ସାଉଣ୍ଡ ଲଗାଇବାର ବିଚାର କରିଛନ୍ତି।
![auto car](https://knewsodisha.com/wp-content/uploads/2021/12/auto-ca-300x169.jpg)
ଯାହା ଦ୍ୱାରା ସଡ଼କରେ ଅନ୍ୟ ଗାଡି ଯିବା ସମୟରେ କୌଣସି କନଫ୍ୟୁସନ ରହିବ ନାହିଁ। ଦୁର୍ଘଟଣା ହେବାର ସମ୍ଭାବନା କମିବ। ଚାଲୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ଖୁବ ଜରୁରୀ ହୋଇଛି। କାରଣ କୌଣସି ସାଉଣ୍ଡ ଶୁଭାନଗଲେ ଲୋକମାନଙ୍କୁ ଗାଡ଼ି ଯିବା ଆସିବା ସମ୍ପର୍କରେ ଜଣାପଡ଼ିବ ନାହିଁ।
ମିନିଷ୍ଟ୍ରି ଅଫ ହେବି ଇଣ୍ଡଷ୍ଟ୍ରିଜ ସମ୍ବନ୍ଧିତ ବିଭାଗରେ ଏହାର ସମାଧାନ ପାଇଁ କହିଛନ୍ତି। ଯଦି ସାଉଣ୍ଡ ବାହାର କରିବାର କଥାକୁ ମଞ୍ଜୁରୀ ଦିଆଯାଏ ତେବେ ସମସ୍ତ ଇଲେକଟ୍ରିକ ବାହନରେ ଆର୍ଟିଫିସିଆଲ ସାଉଣ୍ଡ ଖଞ୍ଜାଯିବ। ନକଲି ସାଉଣ୍ଡ ପାଇଁ ସମ୍ଭାବିତ ରୂପରେ ଇବି ସହିତ ଏକ ଡିଭାଇସ ଦିଆଯିବ। ଯାହାର ନାମ ଅର୍କାଷ୍ଟିକ ହ୍ଵିକିଲ ଆଲର୍ଟ ସିଷ୍ଟମ ଦିଆଯିବ। ଏହାକୁ ଅନ୍ୟ ଦେଶରେ ତ ବ୍ୟବହାର କରାଯାଉଛି। କିନ୍ତୁ ଭାରତରେ ମଧ୍ୟ ଏହି ନିଷ୍ପତ୍ତି ଉପରେ ମୋହର ଲାଗିବା ନିୟମକୁ କଡ଼ାକଡ଼ି ଲାଗୁ କରାଯିବ।