Below header

ସଂଜୟ ଦତ୍ତଙ୍କ ଭାଇରାଲ୍‌ ଭିଡିଓର ସତ୍ୟତା : କୋମା ନୁହେଁ ଅଛନ୍ତି ଫିଟ୍‌, ଇମ୍ୟୁନୋଥେରାପୀରେ ଚାଲିଛି ଚିକିତ୍ସା

ନିକଟରେ ଅଭିନେତା ସଂଜୟ ଦତ୍ତ(ସଂଜୁ)ଙ୍କ ଏକ ଫଟୋ ଭାଇରାଲ୍‌ ହୋଇଛି । ଯେଉଁଥିରେ ସଂଜୟ ବହୁତ ଦୁର୍ବଳ ଦେଖାଯାଉଛନ୍ତି । ଏହାକୁ ନେଇ କୁହାଯାଇଛି ଯେ କେମୋଥେରାପୀ ଯୋଗୁ ସଂଜୁଙ୍କ ଓଜନ ୨୦ କେଜି କମିଯାଇଛି । ହେଲେ ସତ୍ୟତା କିନ୍ତୁ ଅଲଗା ।

ଏହି ଭାଇରାଲ୍‌ ଭିଡିଓ ସମ୍ପର୍କରେ ପରିବାର ତରଫରୁ କୁହାଯାଇଛି ଯେ ସଂଜୁ ଫିଟ୍‌ ଆଣ୍ଡ ଫାଇନ୍‌ ଅଛନ୍ତି । ଦିନକୁ ସେ ୨ରୁ ୩ ଘଣ୍ଟା ଜିମ୍‌ ଯାଉଛନ୍ତି । ସଂଜୁଙ୍କ ଓଜନ ମାତ୍ର ୫ କେଜି କମିଛି । ଆଗାମୀ ଫିଲ୍ମର ଭୂମିକା ପାଇଁ ସେ ନିଜକୁ ସ୍ଲିମ୍‌ ଲୁକ୍‌ କରୁଛନ୍ତି । ହେଲେ ସୋସିଆଲ୍‌ ମିଡିଆରେ ସଂଜୁଙ୍କ ସମ୍ପର୍କରେ କୁହାଯାଇଥିବା କଥା ଭୁଲ୍‌ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।

sanjuya dutta.jpeg-1

ଦୁବାଇ ଯିବା ପୁର୍ବରୁ ସଂଜୁ କ୍ଲିନ୍‌ ସେଭ୍‌ କରିଥିବାରୁ ସେ ପତଳା ଲାଗୁଛନ୍ତି ବୋଲି ପରିବାର ଲୋକ କହିଛନ୍ତି । ସଂଜୁଙ୍କର ଏବେ କେମୋଥେରାପି ନୁହେଁ, ଇମ୍ୟୁନିଥେରାପି ଚାଲିଛି । କେମୋରେ ଶରୀରର ଭଲ ସେଲ୍‌(କୋଷ) ନଷ୍ଟ ହେବା ସହ ଶରୀର ପ୍ରତି ବିପଦ ରହିଥାଏ । ହେଲେ ଇମ୍ୟୁନୋଥେରାପିରେ କୈାଣସି ସାଇଡ୍‌ ଇଫେକ୍ଟ ନାହିଁ । ଏଥିରେ ଶରୀରର କୈାଣସି ଅସୁବିଧା ହୋଇନଥାଏ । ପ୍ରକାଶଯୋଗ୍ୟ, ସଂଜୁ ଏବେ ତାଙ୍କର କ୍ୟାନ୍‌ସର ଟ୍ରିଟ୍‌ମେଣ୍ଟ ପାଇଁ ମେଡିକାଲରେ ଅଛନ୍ତି ।

sanjaya dutta.JPG-2

ସଂଜୁ ରବି ଚଡ୍ଡାଙ୍କ ସହ ଫିଲ୍ମ‘ଡମ୍‌ ଡମ୍‌ ଡିଗା ଡିଗା’ ଅଭିନୟ କରିବାକୁ ଯାଉଛନ୍ତି । ଏଥିରେ ଜ୍ୟାକି ଶ୍ରାଫ୍‌ ଓ ସୁନିଲ ସେଟ୍ଟି ମଧ୍ୟ କାମ କରୁଛନ୍ତି । ଏହାଛଡା ସଂଜୁ ବାକି ଥିବା ଫିଲ୍ମ ମଧ୍ୟ ଖୁବ୍‌ ଶୀଘ୍ର ସମାପ୍ତ କରିବେ ବୋଲି କହିଛନ୍ତି । ତେଣୁ ତାଙ୍କର ସୁବିଧା ପାଇଁ ମେହେବୁବ୍‌ ଷ୍ଟୁଡିଓରେ ସୁଟିଂ ସିଡ୍ୟୁଲ୍ଡ ରଖାଯାଇଛି ।

ଗତ ଦୁଇଦିନ ଧରି ସଂଜୁ ଆଗାମୀ କିଛି ଫିଲ୍ମ ପାଇଁ ବିଭିନ୍ନ ନିର୍ଦ୍ଦେଶକଙ୍କ ସହ ସ୍କ୍ରିପ୍ଟ ନ୍ୟାରେଟ କରୁଛନ୍ତି । ଏହା ପରେ ସଂଜୁ ଖୁବ୍‌ ଶୀଘ୍ର ‘ଶାମ୍‌ଶେର’ ଡବିଂ ଓ ଭୁଜ୍‌ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆର ବାକି ଥିବା କାମ ପୁରା କରିବେ ବୋଲି ନିକଟତମ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.