କରୋନା ମୁକାବିଲାରେ ଗଞ୍ଜାମ ପ୍ରଶାସନକୁ ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ): ଅକ୍ସଫୋର୍ଡ ୟୁନିଭରସିଟିରେ ଗଞ୍ଜାମକୁ ନେଇ ଚର୍ଚ୍ଚା । କରୋନା ମୁକାବିଲାରେ ଗଞ୍ଜାମ ପ୍ରଶାସନକୁ ପ୍ରଶଂସା କରିଛି ଅକ୍ସଫୋର୍ଡ ୟୁନିଭରସିଟି । ଗଞ୍ଜାମରେ ଗୋଟିଏ ସମୟରେ ଅଧିକ ପଜିଟିଭ ଚିହ୍ନଟ ହୋଇଥିଲେ । ହେଲେ ଠିକ ଭାବେ ମୁକାବିଲା କରାଯାଇଥିବାରୁ ସଂକ୍ରମଣ ସଂଖ୍ୟା ଏବେ କମ ରହିଛି । ଗଞ୍ଜାମ ଓ ମହାରାଷ୍ଟ୍ରର ଧରାବୀକୁ ଉଦାହରଣ ଭାବେ ନେଇଛି ଅକ୍ସଫୋର୍ଡ ।

ଯେଉଁଠାରେ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ସେଠାରେ କିନ୍ତୁ ୨୦୦ରୁ କମ ରୋଗୀ ଅଛନ୍ତି । ଛୋଟ ଓ ଅଧିକ ଜନବହୁଳ ଅଞ୍ଚଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥାଏ । ଏସବୁ ଅଞ୍ଚଳରେ ସଂକ୍ରମଣ ଚିହ୍ନଟ ବନ୍ଦ ହୋଇଯାଏ, ତେବେ ମହାମାରୀ ବ୍ୟାପିବାରେ ରୋକାଯାଇପାରିବ ବୋଲି ଅକ୍ସଫୋର୍ଡ ଗବେଷଣାରୁ ଜଣାପଡିଛି । ପୂର୍ବରୁ ଧରାବୀକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ବିଶ୍ୱ ବ୍ୟାଙ୍କକୁ ପ୍ରଂଶସା କରିଥିଲେ । ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲା । ପ୍ରତି ଗାଁରେ ହୋଇଥିଲା କୋଭିଡ ମ୍ୟାନେଜମେଣ୍ଟ କମିଟି । ଘରକୁ ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ସ୍କ୍ରିନିଂ କରିଥିଲେ । ପ୍ରତି ୫ ଗାଁରେ ଗୋଟିଏ ଆମ୍ବୁଲାନସ୍‌ର ବ୍ୟବସ୍ଥା କରିଥିଲା ପ୍ରଶାସନ । ଯାହାକୁ ବେଶ ପ୍ରଶଂସା କରିଛି ଅକ୍ସଫୋର୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.