Below header

ସମ୍ପୂର୍ଣ୍ଣ ଡିଜିଟାଲ ରୂପରେ ନୋଏଡାରେ ହେବ ଏସିଆର ସବୁଠୁ ବଡ଼ ଏୟାରପୋର୍ଟ, ଖର୍ଚ୍ଚ ହେବ ୨୯,୫୦୦ କୋଟି ଟଙ୍କା !

ଏସିଆର ସବୁଠାରୁ ବଡ଼ ଜେୱର ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣର ପଥ ଏବେ ସହଜ ହେବାକୁ ଯାଉଛି। ଏହି ଏୟାରପୋର୍ଟର ନିର୍ମାଣ ପାଇଁ ସ୍ୱିଜରଲାଣ୍ଡର Zurich International Airport Limited AG ଏବଂ ଯମୁନା ଅଥରୀଟି ଅଫ ଗୌତମ ବୁଦ୍ଧ ନଗର ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି। ଏୟାରପୋର୍ଟ ନିର୍ମାଣରେ ପାଖାପାଖି ୨୯,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସୂଚନାଥାଉ କି, ଏହି ବିମାନବନ୍ଦର ବିଶ୍ୱର ଅତ୍ୟାଧୁନିକ ତଥା ନୂତନ ଟେକ୍ନୋଲୋଜିରେ ନିର୍ମାଣ ହେବ। ଏତିକି ନୁହେଁ, ଏହା ପୂରା ଉତ୍ତର ଭାରତ ପାଇଁ ଗେମ ଚେଞ୍ଜର ପ୍ରମାଣିତ ହୋଇପାରେ। ଏହାଦ୍ୱାରା ମୋଟା ଅଙ୍କର ରୋଜଗାର ମଧ୍ୟ ମିଳିବ ଏବଂ ଯୁବପିଢ଼ିମାନଙ୍କର ପଦୋନ୍ନତିର ରାସ୍ତା ଖୋଲିବ।

wwe

yttt

୯୦% ଟ୍ରାଫିକ କେବଳ ଘରୋଇ ଯାତ୍ରୀମାନଙ୍କ ପାଇଁ ହେବ

Zurich Airportର ଜଣେ ଉଚ୍ଚ ଅଧିକାରୀ କହିଛନ୍ତି, ଜେୱର ଆନ୍ତର୍ଜାତୀୟ ବିମାନବନ୍ଦର ବା ନୋଏଡା ଏୟାରପୋର୍ଟ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ହେବ ଏବଂ ୨୦୨୩-୨୪ ବର୍ଷରୁ ଉଡାଣ ଆରମ୍ଭ ହୋଇଯିବ। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ରନୱେ ନିର୍ମାଣ କରାଯିବ। ପ୍ରାଥମିକ ବର୍ଷରେ ୯୦% ଟ୍ରାଫିକ କେବଳ ଘରୋଇ ଯାତ୍ରୀମାନଙ୍କ ପାଇଁ ହେବ। କମ୍ପାନୀର କହିବା ହେଲା, ସେ ୨୦୨୪ ସୁଦ୍ଧା ଏୟାରପୋର୍ଟର ପ୍ରଥମ ପର୍ଯ୍ୟାୟର ବିକାଶ ସମ୍ପୂର୍ଣ୍ଣ କରିଦେବ। ଏହାପରେ ଏହି ବିମାନବନ୍ଦରରେ ପ୍ରତ୍ୟେକ ବର୍ଷ ୧୨ ମିଲିୟନ ଯାତ୍ରୀଙ୍କ କ୍ଷମତା ହୋଇଯିବ।

yutt

grrgtr

୨ ମାସରେ ଜମା କରିବାକୁ ହେବ ମାଷ୍ଟର ପ୍ଲାନ

ଏଗ୍ରିମେଣ୍ଟ ସାଇନ କରିବା ପାଇଁ ସ୍ୱିସ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଦିଲ୍ଲୀ ପହଞ୍ଚିଛନ୍ତି। ଏଗ୍ରିମେଣ୍ଟ ଅନୁସାରେ, ୨ ମାସ ମଧ୍ୟରେ Zurich Airport Internationalକୁ ଜେୱର ଏୟାରପୋର୍ଟ ପରିଯୋଜନାର ମାଷ୍ଟର ପ୍ଲାନ ଜମା କରିବାକୁ ହେବ। ଏହାଛଡା ୟୁପି ସରକାରଙ୍କ ତରଫରୁ ମଧ୍ୟ ଷ୍ଟେଟ ସପୋର୍ଟ ଏଗ୍ରିମେଣ୍ଟ କରାଯିବ। ତେବେ ଯଦି କରୋନା ସଂକ୍ରମଣ ଦେଖାଦେଇ ନ ଥାନ୍ତା, ଏହି କନସେସନ ଏଗ୍ରିମେଣ୍ଟ ଚଳିତବର୍ଷ ଏପ୍ରିଲରେ ହିଁ ହୋଇଯାଇଥାନ୍ତା।

tryr

rfrr

ଏଗ୍ରିମେଣ୍ଟ ତାରିଖ ଦୁଇଥର ଘୁଞ୍ଚିଛି

ଏୟାରପୋର୍ଟ ନିର୍ମାଣ ପାଇଁ ଏଗ୍ରିମେଣ୍ଟ ତାରିଖ ୨ ଥର ଘୁଞ୍ଚିଛି। କରୋନା ଯୋଗୁ ବିମାନ ସେବା ବନ୍ଦ ଥିବାରୁ କମ୍ପାନୀର ପ୍ରତିନିଧିମାନେ ଦେଶକୁ ଆସିପାରି ନ ଥିଲେ। କମ୍ପାନୀ ତରଫରୁ ଗଠିତ SPV କମ୍ପାନୀକୁ ସିକ୍ୟୁରୀଟି କ୍ଲିଅରାନ୍ସ ମିଳିବାର ୪୫ ଦିନ ଭିତରେ କନସେସନ ଏଗ୍ରିମେଣ୍ଟରେ ସ୍ଵାକ୍ଷର କରାଯିବା ଜରୁରୀ ହୋଇଥାଏ। SPVକୁ ସିକ୍ୟୁରୀଟି କ୍ଲିଅରାନ୍ସ ୧୮ ମେ’କୁ ମିଳିଥିଲା। ୨ ଜୁଲାଇ ପର୍ଯ୍ୟନ୍ତ ଏଗ୍ରିମେଣ୍ଟ ହେବା ଜରୁରୀ ଥିଲା। କରୋନା ଯୋଗୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଏହାର ତାରିଖ ବଢାଯାଇଥିଲା। କିନ୍ତୁ ସ୍ଥିତି ନ ସୁଧୁରିବାରୁ ୧୫ ଅକ୍ଟୋବର ଯାଏ ତାରିଖ ଧାର୍ଯ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.