ଟପ୍ ପିନ୍ଧିବାକୁ ଭୁଲିଗଲେ କି ଉର୍ଫି, କେବଳ ଜଞ୍ଜିରରେ ଘୋଡାଇଲେ ଶରୀରର ଉପର ଭାଗ

ବିଗ୍ବସ୍ ଓଟିଟି ଫେମ୍ ଉର୍ଫି ଜାଭେଦ୍ ନିଜର ବୋଲ୍ଡନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ଅଜବ ଡ୍ରେସିଂ ଷ୍ଟାଇଲ ଯୋଗୁଁ ସବୁବେଳେ ଟ୍ରୋଲର ଶିକାର ହୁଅନ୍ତି। ସବୁଥର ଠାରୁ ଏଥର କିନ୍ତୁ ସବୁ ବୋଲ୍ଡନେସର ସୀମା ପାର କରିଛନ୍ତି ଉର୍ଫି। ଯାହାକୁ ନେଇ ଏବେ ୟୁଜର୍ସ ଟ୍ରୋଲ୍ କରୁଛନ୍ତି।
ନିକଟରେ ଉର୍ଫିଙ୍କୁ ମୁମ୍ବାଇର ଅନ୍ଧେରୀରେ ପିଟର ଏବଂ ୱାସାବି କାଫେ ବାହାରେ ଦେଖିବାକୁ ମିଳିଛି। ଏହି ସମୟରେ ସେ ରିସ୍କ କଟ-ଆଉଟ୍ ସ୍କର୍ଟ ସହିତ ବେକରେ କେବଳ ଭାରୀ ଚେନ୍ ପିନ୍ଧିଛନ୍ତି। ଚେନଗୁଡିକରେ ଗୋଲାପୀ ଏବଂ ନୀଳ ରଙ୍ଗର ଅଳଙ୍କାର ଲାଗିଛି। କେବେ ଏହାଛଡା ଉର୍ଫି ଭିତରେ ଆଉ କିଛି ଟପ୍ ପିନ୍ଧିନାହାନ୍ତି। ଏହି ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ଅଜବ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
ଏହାକୁ ଭିରଲ ଭାୟାନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ଉର୍ଫି କେବଳ ଜଞ୍ଜିର ସାହାଯ୍ୟରେ ନିଜ ଶରୀରର ଉପର ଭାଗ କଭର କରିଥିବା ନଜର ଆସିଛନ୍ତି।
View this post on Instagram
ଉର୍ଫିଙ୍କର ଏହି ଅଜବ ଲୁକକୁ ଦେଖି ଲୋକମାନେ ଖୁବ୍ ରାଗିଯାଇଛନ୍ତି ଏବଂ ତାଙ୍କୁ ଅନେକ କଥା ଶୁଣାଉଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ‘ଦିଦିଙ୍କ ପାଖରେ ସବୁ ଡ୍ରେସ୍ ସରିଯାଇଛି…ଏବେ ଜୁଏଲରା ଶୋ ଆରମ୍ଭ।’
ଅନ୍ୟ ଜଣେ ଲେଖିଛନ୍ତି, ‘ଏହାଠାରୁ ଅଧିକ ଖରାପ ଡ୍ରେସିଂ ସେନ୍ସ କାହାର ହୋଇ ପାଇପାରିବ ନାହିଁ।’
ଆଉ ଜଣେ ୟୁଜର୍ ଲେଖିଛନ୍ତି, ବିଚରା ଘର ଡ୍ରେସ୍ ପୁନ୍ଧିବା ଭୁଲି ଯାଇଛି। ଚେନ୍ରେ କାମ ଚଳାଉଛି।