ସ୍ୱାବଲମ୍ବୀ ମାଆ, ଝିଅ: ଛୋଟ ହୋଟେଲ ଖୋଲି ଚଳାଉଛନ୍ତି ପରିବାର

କଟକ(କେନ୍ଯୁଜ୍): ସ୍ୱାବଲମ୍ବୀ ମହିଳା ଲକ୍ଷ୍ମୀପ୍ରିୟା ବିଶୋଇ ଓ ରମା । ସମ୍ପର୍କରେ ମାଆ, ଝିଅ । କଟକ କାଠଗଡା ସାହିରେ ଘର । ପରିବାର ଉପରେ ଦୁଃଖର ବାଦଲ ମାଡି ଆସିବା ପରେ ଏକ ଛୋଟ ହୋଟେଲ ଖୋଲି ବଞ୍ଚିବାର ପ୍ରକ୍ରୟା ବାଛି ନେଇଛନ୍ତି ଉଭୟ ।
ଏହି ମାଆ ଝିଅ ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଦୁଃଖରେ ଭାଙ୍ଗିନପଡି ଉଭୟ ଏକ ଛୋଟ ହୋଟେଲରେ ନିଜେ ରୋଷୟୀ କରି ଅନ୍ଯଙ୍କ ପେଟର ଭୋକକୁ ଦୁର କରୁଛନ୍ତି।