ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଓ ଏଏସଆଇ ପକ୍ଷରୁ ମିଳିଛି ସବୁଜ ସଂକେତ

ପୁରୀ(କେନ୍ଯୁଜ୍): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଓ ଏଏସଆଇ ପକ୍ଷରୁ ମିଳିଛି ସବୁଜ ସଂକେତ । ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଏନେଇ ଜିଲ୍ଲାପ୍ରଶାସନକୁ ଚିଠି ଲେଖିଛି । ଏହାସହ ଭକ୍ତଙ୍କ ପାଇଁ କ୍ଲକ୍‌ ରୁମ, ଟଏଲେଟ ଭଳି ମୌଳିକ ସୁବିଧା ପରିକ୍ରମା ପ୍ରକଳ୍ପରେ ସାମିଲ ଓ ନିର୍ମାଣ କରିବାକୁ କହିଛି ।

ସେହିପରି ଗତ ଫେବୃଆରୀ ୨ତାରିଖରେ ASI ଡିଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ବିବରଣୀ ପୁସ୍ତିକାରେ ଏହି ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାକୁ ମନ୍ତବ୍ୟରେ ଲେଖିଛନ୍ତି। ରାଜ୍ୟ ସରକାର ASI ସହ ଆଲୋଚନା ସମନ୍ଵୟ ରକ୍ଷା କରି ଏହି ପ୍ରକଳ୍ପ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଏନେଇ ସବୁ ସ୍ତରରେ ଅନୁମତି ମିଳିଥିବା ବେଳେ କିଛି ସଂଗଠନ ମିଥ୍ୟା ଅପପ୍ରଚାର କରୁଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଗତ ୨ ଦିନ ତଳେ ପ୍ରତିକ୍ରିୟା ରଖି ଏହି ପ୍ରକଳ୍ପ ପାଇଁ NOC ମିଳିଥିବା ସ୍ପଷ୍ଟ କରିଥିଲେ। ତେବେ ପ୍ରକଳ୍ପ କାର୍ଯ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ କିଛି ଗୋଷ୍ଠୀ ଚକ୍ରାନ୍ତ କରୁଥିବାରୁ ପ୍ରଶାସନିକ ସ୍ତରରେ ଜନସାଧାରଣଙ୍କୁ ବିଭ୍ରାନ୍ତି ନ କରିବାକୁ କୁହାଯାଇଛି।