Below header

‘କୁଲି ନମ୍ବର ୧’ ପାଇଁ ପ୍ରସ୍ତୁତ ହେଉଥିଲେ ବରୁଣ ଧୱନ୍, ସେୟାର କରିଦେଲେ ନିଜର ଏହି ମଜାଦାର ଭିଡିଓ

ଯେବେଠାରୁ ନିର୍ମାତା ୧୯୯୫ର ଫିଲ୍ମ ‘କୁଲି ନମ୍ବର ୧’କୁ ରିମେକ୍ କରିବାକୁ ଘୋଷଣା କରିଛନ୍ତି, ସେବେଠାରୁ ପ୍ରଶଂସକମାନେ ଏହାକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ନୂଆ ଭର୍ସନରେ ବଲିଉଡ୍ ଅଭିନେତା ବରୁଣ ଧୱନଙ୍କ ସହିତ ସାରା ଅଲ୍ଲୀ ଖାନ୍ ମଧ୍ୟ ନଜର ଆସିବେ। ବରୁଣ ଟୁଇଟରରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି, ଯାହାକି ଫିଲ୍ମ ସେଟ୍ ଉପରେ ଶୁଟ୍ ହୋଇଛି।

barun2

ବରୁଣ ଏହି ଭିଡିଓରେ କହିବାର ନଜର ଆସୁଛି କି, ସେ କୁଲି ନମ୍ବର ୧’ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ବରୁଣ ଦାଢ଼ି କାଟିବା ସମୟରେ ମସ୍ତି କରୁଥିବାର ଦେଖାଯାଇଛି। ବ୍ୟାକଗ୍ରାଉଣ୍ଡରେ ତାଙ୍କର ମଜାଳିଆ କମେଣ୍ଟ୍ ମଧ୍ୟ ଶୁଣିବାକୁ ମିଳୁଛି। ସେ ଭିଡିଓର କ୍ୟାପସନ ଲେଖିଛନ୍ତି, ‘ଗୁଡ୍ ମର୍ଣ୍ଣିଂ। ମୁଁ ମୋର ନୂଆ ଭିଡିଓ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଛାଡ଼ୁଛି। ଟିକିଏ ହସିବା ବି ଜରୁରୀ, ଆଶା ରହିଛି କି ଏହାକୁ ଦେଖି ଆପଣଙ୍କ ଚେହେରାରେ ମଧ୍ୟ ହସ ଆସିଯିବ।’

ଏହାସହ ପଢ଼ନ୍ତୁ: ଭାରତୀୟ ସେନାଙ୍କ ଉପରେ କମେଣ୍ଟ କରି ଟ୍ରୋଲ ହେଲେ ବୀଣା ମଲ୍ଲିକ, ୟୁଜର କହିଲେ ଏମିତି କଥା

ଏହା ପୂର୍ବରୁ ବରୁଣ କହିଛନ୍ତି କି, ‘କୁଲି ନମ୍ବର ୧’ ପୁରୁଣା ଫିଲ୍ମର ଅବିକଳ ନକଲ ରିମେକ୍ ନୁହେଁ। ଏହି ଫିଲ୍ମରେ ପୁରୁଣା ଫିଲ୍ମର ଭାବ ନିଶ୍ଚିତ ନଜର ଆସିବ। କିନ୍ତୁ ଏହାର କାହାଣୀ ପୂରାପୂରି ଅଲଗା। ଏହା ରିମେକ୍ ଫିଲ୍ମ ନୁହେଁ, ବରଂ ଆଡପଶନ୍ ଅଟେ, ଯାହାର ଟାଇଟଲ ସମାନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.