Below header

ଟ୍ରେଲର ରିଲିଜ ହେବା ପୂର୍ବରୁ “ଲାଲ ସିଂହ ଚଡ୍ଡା”କୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ, ଅମୀରଙ୍କ ପୋଷ୍ଟକୁ ଜାଳୁଛନ୍ତି ଲୋକେ

ଅମୀର ଖାନଙ୍କ ଫିଲ୍ମ “ଲାଲ ସିଂହ ଚଢ଼ା”କୁ ନେଇ ଦର୍ଶକ ମାନେ ବେଶ ଉତ୍ସାହିତ ଅଛନ୍ତି । ଆସନ୍ତା ଅଗଷ୍ଟ ୧୧ ତାରିଖରେ ଏହା ଦେଶର ବିଭିନ୍ନ ସିନେମା ଘର ମାନଙ୍କରେ ରିଲିଜ ହେବା ନେଇ ଲକ୍ଷ ରଖାଯାଇଛି । ଏହି ଫିଲ୍ମରେ ଅମୀରଙ୍କ ସହିତ କରିନା କପୁର ନଜର ଆସିବେ । ଏହି ଫିଲ୍ମର ଟ୍ରେଲର ମେ ୨୯ ତାରିଖ ଅର୍ଥାତ ଆସନ୍ତା କାଲି ଆଇପିଏଲର ଫାଇନାଲ ମ୍ୟାଚ ଖେଳାଯିବା ଦିନ ରିଲିଜ ହେବ । କିନ୍ତୁ ଟ୍ରେଲର ଆସିବା ପୂର୍ବରୁ ହିଁ ଅମୀରଙ୍କ ଏହି ଫିଲ୍ମକୁ ନେଇ ବିବାଦ ଘନେଇବାରେ ଲାଗିଛି । ହିନ୍ଦୁ ସଂଗଠନ ପକ୍ଷରୁ ଏହି ଫିଲ୍ମକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି । ଖାଲି ସେତିକି ନୁହେଁ ସଂଗଠନ ସହ ଜଡିତ ଲୋକେ ଅମୀରଙ୍କ ପୋଷ୍ଟର ଗୁଡିକୁ ସଡକରେ ଜଳାଇବାରେ ଲାଗିଛନ୍ତି । ରିପୋର୍ଟ ମୁତାବକ, ଉତ୍ତର ପ୍ରଦେଶର ସୁଲତାନପୁର ଅଂଚଳରେ ହିନ୍ଦୁ ସଂଗଠନ ସହ ଜଡିତ କିଛି ଲୋକ ଅମୀର ଖାନ ଓ ତାଙ୍କ ଫିଲ୍ମ “ଲାଲ ସିଂହ ଚଡ୍ଡା”କୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ରାସ୍ତା ଘାଟରେ ମିସ୍ଟର ପରଫେକ୍ସନିଷ୍ଟଙ୍କ ଫଟୋକୁ ଚିରା ଫଡ଼ା କରାଯିବା ସହିତ ଜଳା ମଧ୍ୟ ଯାଇଛି । ଖାଲି ସେତିକି ନୁହେଁ, ଟ୍ରେଲର ରିଲିଜ ହେବା ଦିନ ବି ସଂଗଠନ ସହ ଜଡିତ ଲୋକେ ଅମୀର ତାଙ୍କର ଏହି ଫିଲ୍ମକୁ ବିରୋଧ କରୁଥିବା ଲୋକେ ସଡକକୁ ଓଲ୍ହାଇବେ ।

ଅମୀର ଖାନଙ୍କ ଏହି ଫିଲ୍ମକୁ ବିରୋଧ କରୁଥିବା ସନାତନ ରକ୍ଷକ ସେନାର ପ୍ରଦେଶ ଉପାଧ୍ୟକ୍ଷ ରାହୁଲ ସିଂହ କହିଛନ୍ତି, ଅମୀରଙ୍କୁ IPLକୁ ଡ଼କାଯାଇଛି । ଆଉ ସେ ପ୍ରାୟ ସବୁବେଳେ ଭାରତର ସଂସ୍କୃତି ଓ ସଭ୍ୟତାକୁ ନେଇ ପ୍ରଶ୍ନ ଉଠାନ୍ତି । ଆଉ ମଧ୍ୟ ଅମୀର “ହିଜାଵ” ର ଜଣେ ବଡ ସମର୍ଥକ ଅଟନ୍ତି । କିନ୍ତୁ ତାଙ୍କ ଝିଅ ଫେସବୁକରେ କିପରି ଅଶ୍ଳୀଳ ଫଟୋ ସବୁ ସେୟାର କରେ ତାହା ତ ସମସ୍ତେ ଜାଣନ୍ତି । ଏମିତିରେ ତାଙ୍କ ସ୍ତ୍ରୀଙ୍କୁ ଭାରତରେ ରହିବାକୁ ଭୟ ଲାଗିଥାଏ । ଏମିତି ଜଣେ ବ୍ୟକ୍ତିଙ୍କୁ ଆଇପିଏଲ ମେନେଜମେଣ୍ଟକୁ କେମିତି ଡ଼କା ଯାଇଛି । ଯାହାକୁ ନେଇ ସମସ୍ତ ସନାତନ ଧର୍ମୀ ଲୋକ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି । ଯଦି ତାଙ୍କୁ ହଟା ନଯାଏ ତେବେ ନିଶ୍ଚିତ ରୂପେ ଦିଲ୍ଲୀ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିବୁ । ଆନ୍ଦୋଳନ ବି କରିବୁ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.