ଚା ସହ ନିଅନ୍ତୁ ଡବଲ ମଜା, ଆଜି ବନାନ୍ତୁ ଆଳୁ–ପନୀର କୋଫତା

ଆବଶ୍ୟକ ସାମଗ୍ରୀ
- ପନୀର (କଦ୍ଦୁକସ୍ ହୋଇଥିବା) – ୧୦୦ ଗ୍ରାମ
- ସିଝା ଆଳୁ –୨ଟି
- ଗୋଲ ମରୀଚ ପାଉଡର – ୧/୨ ଚାମଚ
- ଲାଲ ଲଙ୍କା ପାଉଡର – ୧/୨ ଚାମଚ
- କଞ୍ଚା ଲଙ୍କା –୨ଟି
- ଖୁଆ – ଦେଢ଼ ଚାମଚ
- ଧନିଆ ପତ୍ର – ଅଳ୍ପ
- ଅଟା – ୨ ଚାମଚ
- ବାଦାମ – ୫
- କାଜୁ – ୫
- କିସମିସ – ୧ ଚାମଚ
- ଘିଅ/ତେଲ
ପ୍ରସ୍ତୁତି ପ୍ରଣାଳୀ
ଆଳୁ ପନୀର କୋଫତା ବନାଇବା ପାଇଁ ସର୍ବପ୍ରଥମେ କଦ୍ଦୁକସ୍ କରାଯାଇଥିବା ପନୀର ଏବଂ ଆଳୁ ନିଅନ୍ତୁ। ଏହାକୁ ଭଲଭାବେ ଏକାସାଥିରେ ଚକଟି ଦିଅନ୍ତୁ। ଏହାପରେ ଗୋଲମରୀଚ ଏବଂ ଲାଲ ଲଙ୍କା ପାଉଡର, କଞ୍ଚା ଲଙ୍କା, ଅଟା ଏବଂ ଖୁଆ ମଧ୍ୟ ମିଶାଇ ଦିଅନ୍ତୁ। ଖୁଆ ଅପ୍ସନାଲ ଅଟେ, ଆପଣ ଚାହିଁଲେ ଏହାକୁ ବାଦ୍ ଦେଇ ବି ରେସିପିକୁ ବନାଇପାରିବେ। ଏବେ ଏହି ମିଶ୍ରଣରେ କାଟି ରଖିଥିବା ଧନିଆ ପତ୍ର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣରୁ କୋଫ୍ତାର ଗୋଲାକାର ବଲ୍ ବନାଇ ଦିଅନ୍ତୁ। ଏବେ ଏକ କଡେଇ ନେଇ ତାକୁ ମିଡିୟମ୍ ଫ୍ଲେମରେ ବସାନ୍ତୁ। ଏଥିରେ ଘିଅ ଗରମ କରନ୍ତୁ। ଯଦି ଆପଣ ଘିଅ ପକାଇବାକୁ ଚାହୁଁନାହାଁନ୍ତି ତାହେଲେ ବାଦାମ ତେଲ ମଧ୍ୟ ପକାଇପାରିବେ। ଏବେ କୋଫତା ବଲକୁ ଅଳ୍ପ ଦବାଇ ଦିଅନ୍ତୁ। ଆପଣ ଚାହିଁବେ ତ ଏହାକୁ ଛାଣି ପାରିବେ। କିନ୍ତୁ ପ୍ରେସ୍ କରି ଏହା ମଝିରେ ସୁଖିଲା ଖୁଆ ବି ଭର୍ତ୍ତି କରିପାରିବେ। ଏହାକୁ ସେତେ ପର୍ଯ୍ୟନ୍ତ ତେଲରେ ଛାଣନ୍ତୁ ଯେତେ ପର୍ଯ୍ୟନ୍ତ ଏହା କ୍ରିସପି ନ ହୋଇଛି। ଏବେ ଆପଣଙ୍କ କୋଫତା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି। ଏହାକୁ ଆପଣ ଚଟଣୀ ସହିତ ବି ସର୍ଭ କରିପାରିବେ।