Below header

ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ଯୁ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ମା’ ଙ୍କ ରିଆକ୍ସନ, ଦେଖନ୍ତୁ ଭିଡିଓ

ବିଗବସ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ଯୁରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ସିଦ୍ଧାର୍ଥଙ୍କ ପରିବାର ତାଙ୍କ ମୃତ୍ଯୁରେ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛି। ଗତକାଲି ସନ୍ଧ୍ଯାରେ ତାଙ୍କ ପାଇଁ ପ୍ରାର୍ଥନା ସଭା ମଧ୍ୟ ରଖାଯାଇଥିଲା। ଏହାକୁ ବ୍ରହ୍ମକୁମାରୀ ସିଷ୍ଟର୍ସଙ୍କ ଦ୍ବାରା କରାଯାଇଥିଲା। ବ୍ରହ୍ମକୁମାରୀ ସିଷ୍ଟର ଶିବାନୀ ସିଦ୍ଧାର୍ଥଙ୍କ ନିଧନ ପରେ ତାଙ୍କ ମା’ କ’ଣ କହିଲେ ତାହା ଏହି ସଭା ପରେ କହିଛନ୍ତି।

ସିଦ୍ଧାର୍ଥଙ୍କ ସାଙ୍ଗ ତଥା ବିଗବସ୍ ପ୍ରତିଯୋଗୀ ପାରସ ଛାବରା ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ବ୍ରହ୍ମକୁମାରୀ ସିଷ୍ଟର ଶିବାନୀ କହିଛନ୍ତି, ସିଦ୍ଧାର୍ଥଙ୍କ ମୃତ୍ଯୁ ହେବା ବେଳେ ବହୁତ ଧୈର୍ଯ୍ଯର ସହିତ ଓମ୍ ଶାନ୍ତି ବୋଲି କହିଥିଲେ।

 

View this post on Instagram

 

A post shared by Paras Chhabra™ (@parasvchhabrra)

୨ ତାରିଖ ସନ୍ଧ୍ଯାରେ ଶିବାନୀ ସିଷ୍ଟର ଯେତେବେଳେ ସିଦ୍ଧାର୍ଥଙ୍କ ମା’ଙ୍କ ସହିତ କଥା ହୋଇଥିଲେ, ସେତେବେଳେ ସିଦ୍ଧାର୍ଥଙ୍କ ମା’ କେବଳ ଓମ୍ ଶାନ୍ତି… ଓମ୍ ଶାନ୍ତି.. ବୋଲି କହିଥିଲେ। ଆଉ ସେହି ଓମ୍ ଶାନ୍ତିରେ ଏତେ ସ୍ଥିରତା ଆଉ ଶକ୍ତି ଥିଲା ଯେ ସେ କିଛି ଅଲଗା ଅନୁଭବ କରିଥିଲେ। ତା’ ପରେ ସିଦ୍ଧାର୍ଥଙ୍କ ମା’ ଠିକ୍ ଅଛନ୍ତି କି ନାହିଁ ବୋଲି ଶିବାନୀ ସିଷ୍ଟର ପଚାରିଥିଲେ। ସିଦ୍ଧାର୍ଥଙ୍କ ମା ଉତ୍ତର ଦେଇଥିଲେ କି, ମୋ ପାଖରେ ପରାମାତ୍ମାଙ୍କ ଶକ୍ତି ରହିଛି। ସେ ଯେଉଁଠି ବି ଅଛି ଭଲରେ ନିଶ୍ଚିତ ଥିବ ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.