Below header

ରାସ୍ତା ଖରାପ ଥିଲେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଅଟୋ ଚାଳକ ଦୋଷୀ ନୁହେଁ; ଏମିତି କହି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ କୋର୍ଟ

ମୁମ୍ବାଇର ଏକ କୋର୍ଟ ଦୁର୍ଘଟଣାଜନିତ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତ ଅଟୋ ଚାଳକଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟ କହିଛନ୍ତି କି, ଯଦି ରାସ୍ତା ଖରାପ ଅଛି, ତ ମୃତ୍ୟୁ ପାଇଁ ଚାଳକଙ୍କୁ ଦୋଷୀ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ସୂଚନାଥାଉ କି, ସ୍ଥାନୀୟ ଆରେ କଲୋନୀରେ ୧୧ ବର୍ଷ ତଳେ ଜଣେ ଅଟୋ ଚାଳକ ଭାରସାମ୍ୟ ହରାଇ ଏକ ଖମ୍ବରେ ନିଜ ଅଟୋକୁ ପିଟି ଦେଇଥିଲେ। ଫଳରେ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଆହତ ହୋଇଥିଲେ। ଏହି ମାମଲାରେ ଚାଳକଙ୍କ ଉପରେ କେସ୍‌ ଚାଲିଥିଲା।

ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି, ରାସ୍ତା ଆବଡ଼ାଖାବଡ଼ା ଥିଲେ ଚାଳକଙ୍କ ବିନା ଭୁଲ୍‌ରେ ବି ଦୁର୍ଘଟଣା ଘଟିପାରେ। ତେଣୁ କୋର୍ଟ ଅଭିଯୁକ୍ତ ଡ୍ରାଇଭରଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ସେତେବେଳେ ଡ୍ରାଇଭରଙ୍କ ଉପରେ ଅଭିଯୋଗ ଆସିଥିଲା କି, ସେ ଜିଗ୍‌ଜ୍ୟାଗ୍‌ ତରିକାରେ ଅଟୋ ଚଲାଉଥିଲେ, ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା। କୋର୍ଟ କହିଛନ୍ତି, ଯେଉଁ ରାସ୍ତାରେ ଅଭିଯୁକ୍ତ ଅଟୋରିକ୍ସା ଚଲାଉଥିଲେ, ତାହା ଖରାପ ଥିଲା। ଏହିଭଳି ରାସ୍ତାରେ ଡ୍ରାଇଭର ଠିକ୍‌ ଭାବେ ଅଟୋରିକ୍ସା ଚଲାଇ ପାରି ନ ଥାଏ।

ମୃତକ ନାସିନ୍‌ ବଗଦାଦୀଙ୍କ ଝିଅ ସ୍ନେହଲ ଦେସାଇ ଏବଂ ତାଙ୍କର ଦୁଇ ନାତି ଦାନେଶ ଓ ସାହିଲ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ଦୁର୍ଘଟଣା ପାଇଁ ଡ୍ରାଇଭର ସୂରଜ କୁମାର ଜାୟସଓ୍ଵାଲଙ୍କ ବିରୋଧରେ ଦାୟିତ୍ୱହୀନତାରୁ ମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ସ୍ନେହଲ ଦେସାଇ ୭ ଜୁନ୍‌ ୨୦୧୦ରେ ପୋଲିସକୁ କହିଥିଲେ ଯେ ସେମାନେ ମୀରା ରୋଡ୍‌ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ଅଭିଯୁକ୍ତ ଦ୍ରୁତ ଗତିରେ ଅଟୋରିକ୍ସା ଚଲାଉଥିଲେ। ଆରେ କଲୋନୀରେ ଥିବା ଏକ ଜଳାଶୟ ସାମ୍ନାରେ ଡ୍ରାଇଭର ଜଣକ ଅଟୋରିକ୍ସ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ, ଯାହା ପରେ ଅଟୋ ଏକ ଖମ୍ବ ସହ ଧକ୍କା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.