ଔଷଧ ଭଳି କାମ କରୁଥିବା ରସୁଣର ବି ରହିଛି ଅନେକ ସାଇଡ୍‌ ଇଫେକ୍ଟ, ଦେଖାଦେଇପାରେ ଏସବୁ ସମସ୍ୟା

ରୋଷେଇ ଘରେ ଥିବା ସମସ୍ତ ମସଲା ମଧ୍ୟରୁ ରସୁଣ ଅନ୍ୟତମ। ଏହା ଏକ ଏଭଳି ମସଲା ଯାହା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। କେବଳ ଭାରତରେ ନୁହେଁ, ବରଂ ଦେଶ ବାହାରେ ମଧ୍ୟ ରସୁଣ ବହୁଳ ଭାବେ ବ୍ୟବହୃତ ହୋଇଥାଏ। ତେବେ କେବଳ ସ୍ୱାଦ ବଢ଼ାଇବା ପାଇଁ ନୁହେଁ ଶରୀର ପାଇଁ ମଧ୍ୟ ରସୁଣ ଏକ ଔଷଧ ଭଳି କାମ ଦିଏ। ଥଣ୍ଡାକୁ ମାତ୍‌ ଦେବାକୁ ତଥା ଶରୀରର ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ କରିବାକୁ ରସୁଣ ସେବନ କରିବାକୁ ଡାକ୍ତର ମତ ଦିଅନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶରୀରକୁ ବିଭିନ୍ନ ପ୍ରକାରର ଲାଭ ଦେଉଥିବା ରସୁଣର ମଧ୍ୟ କେତେକ କୁପ୍ରଭାବ ରହିଛି। ଆସନ୍ତୁ ଜାଣିବା ଅଧିକ ପରିମାଣର ରସୁଣ ସେବନ କଲେ କି କି ସମସ୍ୟା ଦେଖାଯାଏ…

  • ପ୍ରାକୃତିକ ଉପାୟରେ ରକ୍ତକୁ ପତଳା କରିବାରେ ରସୁଣ ସାହାଯ୍ୟ କରେ। ଏଣୁ ଯଦି ଆପଣ ରକ୍ତକୁ ପତଳା କରିବାକୁ କିଛି ଔଷଧ ଖାଉଥାନ୍ତି, ତେବେ ରସୁଣ ସେବନରୁ ବିରତ ରୁହନ୍ତୁ।
  • ଖାଲି ପେଟରେ ରସୁଣ ସେବନ କଲେ କିଛି ଲୋକଙ୍କ ଠାରେ ବାନ୍ତି ହେବା, ଛାତି ପୋଡ଼ିବା ଭଳି ସମସ୍ୟା ଦେଖାଦିଏ। ଏହା ଦ୍ୱାରା ଏସିଡିଟି ମଧ୍ୟ ହୁଏ।
  • ଏକ ରିସର୍ଚ୍ଚ ମୁତାବକ, ରସୁଣରେ ଏଲିସିନ୍‌ ନାମକ ଉପାଦାନ ରହିଛି, ଯାହାକୁ ଅଧିକ ମାତ୍ରାରେ ସେବନ କଲେ ଲିଭର ଖରାପ ହୋଇପାରେ।
  • ଗର୍ଭାବସ୍ଥାରେ ରସୁଣ ଖାଇବାରୁ ବିରତ ରୁହନ୍ତୁ। ଏହା ପିଲା ଜନ୍ମ ପରେ କ୍ଷୀରର ସ୍ୱାଦକୁ ଖରାପ କରିପାରେ।
  • ଏଣୁ ଦିନକୁ ୨-୩ କୋଲା ରସୁଣ ହିଁ ଖାଆନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.