ଅମିତାଭ ବଚ୍ଚନଙ୍କୁ କେବିସିରେ ଫରାହ ଖାନ କରିଦେଲେ ଆଶ୍ଚର୍ଯ୍ୟ, କହିଲେ, ‘ମୋର ଏକ ଛୁଆକୁ ନେଇଯାଅ’

‘କୌନ ବନେଗା କରୋଡପତି ସିଜନ ୧୩’ ଟିଭିରେ ଜୋର୍ସୋରରେ ଆଗେଇ ଚାଲିଛି। ଶୋ’ରେ ସେଲିବ୍ରିଟିମାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଚଳିତ ସପ୍ତାହରେ ଅମିତାଭ ବଚ୍ଚନଙ୍କ ସହିତ ଦୀପିକା ପାଦୁକୋନ ଓ ଫରାହ ଖାନ ନଜର ଆସିବେ। କେବିସି ୧୩ର ଏକ ପ୍ରୋମୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦୀପିକା ଓ ଫରାହ ଖୁବ୍ ମସ୍ତି କରୁଥିବା ନଜର ଆସୁଛନ୍ତି।
କୌନ ବନେଗା କରୋଡପତିର ଶୁକ୍ରବାର ଏପିସୋଡରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ ଫରାହ ଖାନଙ୍କୁ ଏମିତି କିଛି କଥା କହିବେ, ଯାହାଫଳରେ କି ଫରାହ ଖାନ ନିଜର ଏକ ଛୁଆକୁ ତାଙ୍କୁ ଦେଇ ଦେବାକୁ ଅଫର କରିବେ। ଏହିଭଳି ପ୍ରୋମୋକୁ ଖୁବ୍ ପସନ୍ଦ କରାଯାଉଛି।
ଭିଡିଓରେ ଦେଖାଯାଇ ପାରିବ କି, ଅମିତାଭ ବଚ୍ଚନ, ଦୀପିକା ଓ ଫରାହଙ୍କୁ କହୁଛନ୍ତି ଯେ ପ୍ରଶ୍ନର ଉତ୍ତର ଦେବା ପାଇଁ ସେମାନଙ୍କ ପାଖରେ ସୀମିତ ସମୟ ଅଛି। ଏହାପରେ ହୁଟରର ଶବ୍ଦ ଶୁଣିବାକୁ ମିଳୁଛି ଏବଂ ଅମିତାଭ ବଚ୍ଚନ ସେମାନଙ୍କଠୁ ଗେମ୍ ଶେଷ କରିବାକୁ ଚାହୁଁଛନ୍ତି। କିନ୍ତୁ ଫରାହ ଓ ଦୀପିକା ଆଉ କିଛି ସମୟ ଖେଳିବାକୁ ଅମିତାଭଙ୍କୁ କହୁଛନ୍ତି।
ଏଠି ଦୀପିକା ପାଦୁକୋନ ଅମିତାଭ ବଚ୍ଚନଙ୍କୁ ଏହା ବି କହି ଦେଉଛନ୍ତି କି, ଆମେ ଏକାଠି ଫିଲ୍ମ କରୁଛୁ। ଦୁଇଜଣ ଅମିତାଭ ବଚ୍ଚନଙ୍କୁ ବିଭିନ୍ନ ପ୍ରକାରର ଅଫର ଦେଉଛନ୍ତି ଏବଂ ଅମିତାଭ ବଚ୍ଚନ କହୁଛନ୍ତି ଯେ ଆପଣ କହି ଚାଲି ଥାଆନ୍ତୁ, କିଏ କହିବ ଟିମ୍ ମାନି ହିଁ ଯିବ।
କିନ୍ତୁ ସେହି ସମୟରେ ମାହୋଲ ବହୁତ ମଜାଦାର ରହୁଛି, ଯେତେବେଳେ ଫରାହ ଖାନ କହୁଛନ୍ତି କି, ‘ସାର୍, ଏବେ ଆମେ କ’ଣ କରିବୁ, ମୋର ଏକ ଛୁଆକୁ ନେଇଯାଅ…’। ଏହାପରେ ପୂରା ଶୋ’ ହସରେ ଫାଟି ପଡ଼ୁଛି।
View this post on Instagram