ଅଭିନେତା କୁଶାଲ ପଞ୍ଜାବୀଙ୍କ ଆତ୍ମହତ୍ୟାର ୮ ଦିନ ପରେ ଆସିଲା ପତ୍ନୀଙ୍କ ବୟାନ୍‌, କହିଲେ, ‘କୁଶାଲ ଜଣେ ଦାୟିତ୍ୱହୀନ ବାପା ଥିଲେ’

ଅଭିନେତା କୁଶାଲ ପଞ୍ଜାବୀ ୨୬ ଡିସେମ୍ବର ରାତିରେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପୋଲିସର କହିବା ମୁତାବକ, କୁଶାଲ ବିଜୟ ପଞ୍ଜାବୀ(୪୨) ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ। ତେବେ କୁଶାଲଙ୍କ ମୃତ୍ୟୁ ପରେ ଅନେକ ଖବର ସାମ୍ନାକୁ ଆସିଥିଲା। ଯେପରି ତାଙ୍କର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ କିଛି ଭଲ ନ ଥିଲା। ଅଲଗା ହେବା ଯୋଗୁ କିଶାଲ ଡିପ୍ରେସନରେ ଥିଲେ। ଏହାପରେ ସବୁ ଜାଗାରେ କୁଶାଲଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ଆଣ୍ଡ୍ରେ ଡୋଲ୍‌ହେନଙ୍କୁ ଦାୟୀ କରାଯାଇଥିଲା।

କେବଳ ଏତିକି ନୁହେଁ, କୁଶାଲଙ୍କ ଶୋକସଭାରେ ଆଣ୍ଡ୍ରେ ମୁହଁ ଢାଙ୍କି ପହଞ୍ଚିଥିବାର ନଜର ଆସିଥିଲେ। ଏବେ କୁଶାଲଙ୍କ ମୃତ୍ୟୁର ୮ ଦିନରେ ପରେ ତାଙ୍କ ପତ୍ନୀଙ୍କ ବୟାନ୍‌ ସାମ୍ନାକୁ ଆସିଛି।

ku4

ସ୍ୱାମୀଙ୍କ ଆତ୍ମହତ୍ୟାକୁ ନେଇ ଆଣ୍ଡ୍ରେ କହିଛନ୍ତି, ‘ଆମ ଭିତରେ ସମସ୍ୟା ଥିଲା, କିନ୍ତୁ ଆମ ବିବାହ ଅସଫଳ ନ ଥିଲା। ମୁଁ କେବେ ବି ମୋ ପୁଅକୁ କୁଶାଲଙ୍କ ସହ କଥା ହେବାରେ ରୋକୁ ନ ଥିଲି। ସେ ତାଙ୍କ ପରିବାରକୁ ନେଇ ଗମ୍ଭୀର ନ ଥିଲେ। ମୁଁ ତାଙ୍କୁ ସଙ୍ଘାଇ ବୁଲାଇ ନେଇଥିଲି। ଯେପରି ଆମେ ସେଠାରେ ସେଟଲ୍‌ ହୋଇଯାଉ। କିନ୍ତୁ ସେ ମନା କରିଦେଲେ’।

ସେ ଆହୁରି ମଧ୍ୟ କହିଥିଲେ, ‘କେବଳ ଏତିକି ନୁହେଁ, ତାଙ୍କ ଖର୍ଚ୍ଚ ମୁଁ ଉଠାଉଥିଲି। ସେ ଜଣେ ଦାୟିତ୍ୱହୀନ ବାପା ଥିଲେ। ମୋ ପୁଅର ବି ତା’ ବାପା ପ୍ରତି ଆଗ୍ରହ କମିବାରେ ଲାଗିଥିଲା। କିଶାଲଙ୍କୁ ନିଜ ପୁଅର ଭବିଷ୍ୟତକୁ ନେଇ ଚିନ୍ତା ନ ଥିଲା। ମୁଁ କ୍ରିସ୍‌ମାସ ହଲିଡେ’ରେ ମୋ ପୁଅ ସହିତ ଫ୍ରାନ୍ସରେ ଥିଲି। ବୁଝିପାରୁନି, ତାଙ୍କ ମୃତ୍ୟୁ ପାଇଁ କାହିଁକି ମୋତେ ଦାୟୀ କରାଯାଉଛି। ଆମ ସମ୍ପର୍କରେ କୁଶାଲ ବିଫଳ ଥିଲେ’।

ku3

ତେବେ କୁଶାଲ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ ନ କରିବାକୁ ଲେଖିଥିଲେ। ସେ ଲେଖିଥିଲେ ଯେ ‘ମୋ ସମ୍ପତ୍ତିର ୫୦ ପ୍ରତିଶତ ଭାଗ ମୋ ବାପା-ମା’ ଓ ଭଉଣୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ ଏବଂ ବାକି ୫୦ ପ୍ରତିଶତ ମୋ ୩ ବର୍ଷର ପୁଅକୁ ଦିଆଯାଉ’।

Leave A Reply

Your email address will not be published.