ୟମଲା ପଗଲା ଦିୱାନାର ଟ୍ରେଲର ରିଲିଜ୍ :ସଲମାନଙ୍କ ସାଙ୍ଗରେ ଠୁମକା ଲଗାଉଛନ୍ତି ସୁପରଷ୍ଟାର ରେଖା-ଧର୍ମେନ୍ଦ୍ର

ମୁମ୍ବାଇ : ୟମଲା ପଗଲା ଦିଓ୍ବାନା ଫିରସେର ଧମାକାଦାର ଟ୍ରେଲର ରିଲିଜ୍ ହୋଇଛି। ଏବେ ପର୍ୟ୍ୟନ୍ତ ଏହାକୁ ୟୁଟ୍ୟୁବରେ ୭୪ଲକ୍ଷ ଜଣ ଦେଖିଥିବା ବେଳେ ଏହ ଦ୍ବିତୀୟ ନମ୍ବରରେ ଟ୍ରେଣ୍ଡ କରୁଛି। କହିବାକୁ ଗଲେ ଫିଲ୍ମର ଟ୍ରେଲରଟି ସୁପରହିଟ୍ ହୋଇଛି। ଫିଲ୍ମରେ ବାପା-ପୁଅର ଅତୁଟ ସଂପର୍କ ଦେଖାଯିବା ସହ ବଲିଉଡ଼ର ପ୍ରସିଦ୍ଧ କଳାକାର ଧର୍ମେନ୍ଦ୍ର, ସନି ଦେଓଲ ଏବଂ ବବି ଦେଓଲଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଛି।

ଏହା ୟମଲା ପଗଲା ଦିଓ୍ବାନା ଫ୍ରାନଞ୍ଚାଇସର ତୃତୀୟ ସଂସ୍କରଣ ଅଟେ। ଆଶା କରାଯାଉଛି କି ଅନ୍ୟ ସଂସ୍କରଣ ଅପେକ୍ଷା ଏହି ଫିଲ୍ମଟି ଅଧିକ ମଜାଳିଆ ରହିବ। ଟ୍ରେଲରରେ ମଧ୍ୟ ବହୁତ ମଜାଳିଆ ସିନ୍ସ ମଧ୍ୟ ଦେଖିବାକୁ ମିଳିଛି। ଖାଲି ସେତିକି ନୁହଁ ଏହାର ଶେଷ ବେଳକୁ ଅତିଥି କଳାକାର ଭାବେ ବଲିଉଡ଼ର ଦବଙ୍ଗ ସଲମାନ ଖାନ, ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ଝିଅ ସୋନାକ୍ଷୀ ସିହ୍ନା ଏବଂ ଏଭରଗ୍ରୀନ୍ ଅଭିନେତ୍ରୀ ରେଖାଙ୍କୁ ଦେଖିବାକୁ ମିଳିଛି। ଫିଲ୍ମର ଏକ ଖାସ ଗୀତ ରାଫତା ରାଫତାରେ ଏହି କାରକାର ମାନଙ୍କୁ ଏକା ସାଙ୍ଗରେ ଠୁମକା ଲଗାଉଥିବାର ଦେଖିବାକୁ ମିଳିଛି।

ତେବେ ଟ୍ରେଲରର ଧମାକେଦାର ଲଞ୍ଚ ପରେ ଆଶା କରାଯାଉଛି କି ଫିଲ୍ମଟି ମଧ୍ୟ ସୁପରହିଟ୍ ରହିବ। ତେବେ ୟମଲା ପଗଲା ଦିୱାନାର ଦ୍ବିତୀୟ ସଂସ୍କରଣଟି ଏତେଟା ସଫଳତା ହାସଲ କରିପାରିନଥିଲା।

Leave A Reply

Your email address will not be published.