Below header

କଳାହାଣ୍ଡିରେ ବ୍ୟାପୁଛି ଡେଙ୍ଗୁ : ଲଡୁଗାଁର ଆଉ ୧୬ ଜଣଙ୍କ ରକ୍ତ ନମୁନା ପଜିଟିଭ୍‌

କଳାହାଣ୍ଡି(କେନ୍ଯୁଜ୍) : ବ୍ୟାପୁଛି ଡେଙ୍ଗୁ ରୋଗ। ଲଡୁଗାଁର ଆଉ ୧୬ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍‌ ବାହାରିଛି । ଗତକାଲି ୬ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍‌ ଆସିଥିଲା । ବର୍ତ୍ତମାନ ସୁଦ୍ଧ ମୋଟ ୯୪ଟି ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୨୨ଟି ପଜିଟିଭ୍‌ ବାହାରିଛି । ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି । ଲଡୁ ଗାଁରେ ଡେଙ୍ଗୁ ବ୍ୟାପୁଥିବା ଜଣାପଡ଼ିବା ପରେ ଗତକାଲି ଡାକ୍ତରୀ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡେଙ୍ଗୁ ଲକ୍ଷଣ ଥିବା ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରିଥିଲେ । ତେବେ ଲୋକଙ୍କୁ ଭୟଭୀତ ନହେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ବର୍ତ୍ତମାନ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ କାମ କରାଯାଉଛି । ଅଧିକ ଦିନ ପାଣି ଜମା କରି ନରଖିବା ଓ ମଶାରୀ ଟାଣି ଶୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.