ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି
ମେଷ : ଆଜି କୌଣସି ଆଇନଗତ ନିଷ୍ପତି ଆପଣଙ୍କ ପକ୍ଷ ହୋଇପାରେ। ବର୍ତ୍ତମାନ ଆପଣଙ୍କୁ ପରିଶ୍ରମର ଫଳ ପ୍ରାପ୍ତି ହେବ। ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ।
ବୃଷ : ଝଗଡ଼ାରୁ ଦୂରରେ ରୁହନ୍ତୁ। କାରଣ ଶତ୍ରୁମାନଙ୍କ କବଳରୁ ମୁକ୍ତ ହେବା ପାଇଁ କଷ୍ଟକର ହୋଇଥାଏ। ଏହି ସମୟରେ ଆପଣ ସାବଧାନ ରୁହନ୍ତୁ।
ମିଥୁନ : ଆଜି ଆପଣଙ୍କର ଅନେକ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଯେତେ କଠିନ କାମ ହେଲେ ମଧ୍ୟ ଆପଣ ସହଜରେ ସମାଧାନ କରିପାରିବେ।
କର୍କଟ : ଆଜି କୌଣସି ଗମ୍ଭୀର ସମସ୍ୟାର ସମାଧାନ ହେବା ସହ ସଫଳତା ପ୍ରାପ୍ତି ହେବ।
ସିଂହ : କୌଣସି ଖାସ୍ ଚିନ୍ତାଧାରା ଆଜି ଆପଣଙ୍କୁ ବଦଳାଇ ପାରେ। ଲୋକମାନଙ୍କ ନିକଟରେ ପ୍ରଶଂସନୀୟ ହେବେ।
କନ୍ୟା : ଅଦାଲତ ସମ୍ବନ୍ଧିତ କୌଣସି ଘଟଣାର ନିଷ୍ପତି ଆପଣଙ୍କ ପକ୍ଷରେ ହୋଇପାରେ। କୌଣସି ଉଚ୍ଚ ଅଧିକାରୀଙ୍କ ସାହାଯ୍ୟ ଦ୍ବାରା ଆପଣ ଉପକୃତ ହୋଇପାରିବେ।
ତୁଳା : ଆଜି ଆପଣ ନମ୍ର ସ୍ବଭାବରେ ସମସ୍ତିଙ୍କ ମନକୁ ଜିତି ପାରିବେ। କୌଣସି ପରିସ୍ଥିତରେ ମଧ୍ୟ ଆପଣ ସମସ୍ତ ସମସ୍ୟାର ସମଧାନ କରିପାରିବେ।
ବିଛା : ଆଜି ଆପଣଙ୍କ ପ୍ରତିଯୋଗିତା ମନୋଭାବ ରହିବ। ଜୀବନର ଅନେକ କ୍ଷେତ୍ରରେ ଆପଣ ଠିକ୍ ନିଷ୍ପତି ନେଇଛନ୍ତି କିନ୍ତୁ ଧ୍ୟାନ ରଖନ୍ତୁ ପରିବାରରେ ଅଧିକ ଉଗ୍ର ହୁଅନ୍ତୁ ନାହିଁ।
ଧନୁ : ଆଜି ଆପଣ ଶାରୀରିକ ଏବଂ ମାନସିକ ଉଭୟ କ୍ଷେତ୍ରରେ ସୁସ୍ଥ ରହିବେ। ଘର ହେଉ କିମ୍ବା କାର୍ୟ୍ୟ ସ୍ଥଳ ଆପଣଙ୍କ ଆକର୍ଷଣ ବ୍ୟକ୍ତିତ୍ବ ସମସ୍ତିଙ୍କୁ ବିମୋହିତ କରିବ।
ମକର : ଦୀର୍ଘ ଦିନର ଅପେକ୍ଷା ପରେ ଆଇନ ଆପଣଙ୍କ ସାଥ୍ ଦେବ। ଆପଣଙ୍କ ଓକିଲଙ୍କ ପରାମର୍ଶ କାର୍ୟ୍ୟକ୍ଷମ ହେବ। ପରିସ୍ଥିତିକୁ ବୁଝି ନିଷ୍ପତି ନିଅନ୍ତୁ।
କୁମ୍ଭ : ଆଜି ଆପଣଙ୍କ କଳା କ୍ଷେତ୍ର କୌଣସି ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିବ। ଆପଣ ଚାହୁଁଥିବା ଜିନିଷ ନିଶ୍ଚୟ ପ୍ରାପ୍ତ ହେବ।
ମୀନ : ଆଜି ଆପଣ କୌଣସି ପରିସ୍ଥିତିରେ ଆଇନଗତ ସମସ୍ୟାରୁ ମୁକ୍ତି ପାଇପାରନ୍ତି। କୌଣସି ଗଣ୍ଡଗୋଳରେ ସାମିଲ ହୋଇପାରନ୍ତି। ଯଦି ସମ୍ଭବ ହୋଇପାରେ ଏହି ସବୁ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ।