Below header

ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ରାଶି

ମେଷ: ଦେହ ମନ ସୁସ୍ଥ ରହିବ। ବେପାରୀଙ୍କ ଲାଗି ଦିନଟି ଭଲ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ନିଜର କାମ ସୁରୁଖୁରୁରେ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ଆଜିର ଦିନ ଆର୍ଥିକ, ବୃତ୍ତିଗତ ଭାବେ ଭଲ ରହିବ। ମନରେ ଧାର୍ମିକ ଭାବନା ଉଦୟ ହେବ। ଆପଣଙ୍କୁ କୌଣସି ଭଲ ସୁଯୋଗ ମିଳିପାରେ। ବିବାହିତ ଲୋକଙ୍କୁ ଶୁଭ ସମାଚାର ମିଳିବ।

ମିଥୁନ: ସକାରାତ୍ମକ ଚିନ୍ତାଧାରା ରହିବ। ନିଷ୍ଠା, ଚେଷ୍ଟା ପ୍ରଚେଷ୍ଟା ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ମିଳିବ। ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ରହିପାରନ୍ତି। ଜୀବନସାଥୀଙ୍କ ପରାମର୍ଶ କାମରେ ଆସିବ। ବାହନ ସାବଧାନତାର ସହ ଚଳାନ୍ତୁ।

କର୍କଟ: କ୍ଷଣକୋପୀ ରହିବେ। ମାନ ସମ୍ମାନ ମିଳିବ। ଆର୍ଥିକ କ୍ଷତିରୁ ମୁକୁଳିବେ। ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବେପାରରେ ଲାଭର ଯୋଗ ରହିଛି। ପରିବାରରେ ସୁଖ ଶାନ୍ତି ବଢ଼ିବ। ଛାତ୍ରଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।

ସିଂହ: ଦୁଃସାହାସିକ ପଦକ୍ଷେପ ନେବେ।ଖେଳକୁଦରେ ମନ ଦେବେ। ଆମଦାନୀ ଓ ରତ୍ପାନୀରେ ଲାଭ ଫଳ ମିଳିବ। ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଆପଣଙ୍କୁ ଖୁସି ଖବର ମଳିବ। ନୂଆ ଉତ୍ସରୁ ଧନଲାଭ ହେବ। ପ୍ରେମରେ ସଫଳତା ମିଳିବ।

କନ୍ୟା: ଜୟ ପରାଜୟ ରହିବ। ମାଙ୍ଗଳିକ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ନିଯୁକ୍ତି ମିଳିବ। ଦିନଟି ଆତ୍ମବିଶ୍ବାସଭରା ରହିବ। ଆପଣଙ୍କ ବ୍ୟବହାରରେ ଅନ୍ୟ ଲୋକମାନେ ପ୍ରସନ୍ନ ରହିବେ। ବ୍ୟବସାୟ‌ରେ ଲାଭ ହୋଇପାରେ।

ତୁଳା: କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବେ। ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ସଲାସୁତରା କରିବେ। ଦେହ ଓ ମନ ସୁସ୍ଥ ରହିବ। ଆପଣଙ୍କ ଉଦାର ସ୍ୱଭାବ ଲୋକମାନଙ୍କୁ ପ୍ରଭାବିତ କରିବ। ସରକାରୀ କାମରେ ସଫଳତା ମିଳିପାରେ। ପରିବାରର ସ୍ଥିତି ଠିକ୍‌ ରହିବ।

ବିଛା: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହେବେ। ଆପଣଙ୍କ କାମ ସମୟ ପୂର୍ବରୁ ପୂରା କରିନେବେ। ଧନଲାଭର ନୂଆ ମାର୍ଗ ଖୋଲିବ। ସପରିବାର ମନ୍ଦିର ଯାଇ ଠାକୁର ଦର୍ଶନ କରିବେ।

ଧନୁ: ଅବିରତ ପ୍ରୟାସରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସୁଧୁରିବ। ଅଫିସରେ ସନ୍ତୁଷ୍ଟ ରହିବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ।

ମକର: ନିଜର କାମ ଯଥା ସମୟରେ ପୂରା କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି।

କୁମ୍ଭ: ଅଳ୍ପ ପରିଶ୍ରମ କରି ଅଧିକ ଉପାର୍ଜନ କରିବେ। ପରିବାରରେ ସହଯୋଗ ମିଳିବ। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ଅନୁମତି ନିଅନ୍ତୁ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ।

ମୀନ: ଉଦ୍ୟମରେ ସଫଳତା ମିଳିବ। ଆଶା ବାସ୍ତବରେ ପରିଣତ ହେବ। ସମସ୍ତଙ୍କର ସହଯୋଗ ମିଳିବ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କୌଣସି କାମରେ ଭାଇଭଉଣୀଙ୍କର ସହଯୋଗ ପାଇବେ। ନୂଆ ଚାକିରି ମିଳିବାର ଯୋଗ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.