ଏବର୍ଷ ଜାଡ଼ ଭାଙ୍ଗିବ ହାଡ଼, ସ୍ୱାଭାବିକଠାରୁ ଭାରତରେ ଅଧିକ ଶୀତ ଅନୁଭୂତ ହେବ

କେନ୍ୟୁଜ୍(ବ୍ୟୁରୋ): ଏବର୍ଷ ଜାଡ଼ ଭାଙ୍ଗିବ ହାଡ଼ । ଶୀତରେ ଥରିବ ଭାରତ । ସ୍ୱାଭାବିକଠାରୁ ଅଧିକ ଶୀତ ଅନୁଭୂତ ହେବ । କେବଳ ଭାରତ ନୁହେଁ, ହାଡ଼ଭଙ୍ଗା ଶୀତରେ ଥରିବ ଚୀନ୍‌ , ଜାପାନ, ସାଉଥ କୋରିଆ ଭଳି ଦେଶ । ବିଶେଷ କରି ଉତ୍ତର-ପୂର୍ବ ଏସୀୟ ଦେଶଗୁଡ଼ିକରେ ଜାଡ଼ର ପ୍ରକୋପ ଅଧିକ ରହିବ । ବିଶ୍ୱର ବହୁ ବିଶିଷ୍ଟ ପାଣିପାଗ ବିଜ୍ଞାନୀମାନେ ଏଭଳି ଆକଳନ କରିଛନ୍ତି । ଲା ନିନା ପ୍ରଭାବରେ ଏବର୍ଷ ଅଧିକ ଶୀତ ହେବ ।

ପ୍ରଶାନ୍ତ ମହାସାଗର ତଳୁ ଶୀତଳ ଜଳ ଉପରକୁ ଉଠିବ । ଏହାର ପ୍ରଭାବରେ ସ୍ୱାଭାବିକଠାରୁ ଅଧିକ ହେବ ଥଣ୍ଡା । ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, ଭାରତରେ ଜାନୁଆରୀ ଓ ଫେବ୍ରୁଆରୀରେ ତାପମାତ୍ରା ଖସିବ । ଉତ୍ତର ଭାରତର ଅନେକ ସ୍ଥାନରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍‌ ଯାଏ ହ୍ରାସ ପାଇପାରେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୌସୁମୀ ଋତୁ ଶେଷ ହେବା ପରେ ବାୟୁ ମଣ୍ଡଳ ଶୁଷ୍କ ରହିଛି । ଫଳରେ ବଢ଼ିବ ଶୀତ । ଲା ନିନା ବ୍ୟତୀତ ଶୀତ ବଢ଼ିବାର ଆଉ କିଛି କାରକ ମଧ୍ୟ ରହିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.