ଆଜି କେମିତି କଟିବ ପୂରା ଦିନ, କାହା ପ୍ରତି ସତର୍କ ରହିବେ ସବୁ ଜାଣନ୍ତୁ ରାଶିଫଳରୁ

ମେଷ : କାର୍ଯ୍ୟକ୍ଷେତ୍ରରେ ଆନନ୍ଦଦାୟକ ସମୟ ଅତିବାହିତ କରିବେ । ଲାଭ ମିଳିପାରେ । ବ୍ୟବସାୟରେ ବିବାଦ ଦେଖାଦେଇପାରେ । ଆଣ୍ଠୁଗଣ୍ଠି ବ୍ୟଥା ଦେଖାଦେଇପାରେ । ଏଥିପାଇଁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଥଣ୍ଡା ପାନୀୟଠୁ ଦୂରେଇ ରୁହନ୍ତୁ ।

ବୃଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତା ପାଇଁ ପୂରା ପ୍ରସ୍ତୁତି କରନ୍ତୁ ନିଶ୍ଚିତ ସଫଳତା ପାଇବେ । ବ୍ୟବସାୟ କାରବାରରେ ସତର୍କତା ଅବଲମ୍ୱନ କରନ୍ତୁ । କ୍ଷତି ହେବାର ସମ୍ଭାବନା ରହିଛି । ସୀମିତ ପରିମାଣର ଖର୍ଚ୍ଚ କରନ୍ତୁ ।

ମିଥୁନ : ଭରପୁର ଆତ୍ମବିଶ୍ୱାସ ରହିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦୃଢ଼ ଆତ୍ମବିଶ୍ୱାସର ସହ ନେଲେ ଏହା ପୂର୍ଣ୍ଣ ହେବ । ସହଯୋଗିତାଙ୍କ ସହ ପ୍ରତିଯୋଗିତା ମନୋଭାବ ରହିବ । କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

କର୍କଟ : ଭବିଷ୍ୟତ ପାଇଁ ଚିନ୍ତା କରିବାର ଉପଯୁକ୍ତ ସମୟ । କିଛି ନୂଆ କାର୍ଯ୍ୟ କରିପାରନ୍ତି । ନୂଆ କାର୍ଯ୍ୟ ମିଳିଲେ ମନା କରନ୍ତୁ ନାହିଁ । ପରବର୍ତ୍ତୀ ମୁହୂର୍ତ୍ତରେ ଲାଭ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଅନୁକୂଳ ସମୟ । ହୃଦରୋଗୀ ବ୍ୟକ୍ତି ବ୍ୟର୍ଥ ଚିନ୍ତା କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ରୋଗ ବଢ଼ିପାରେ ।

ସିଂହ : ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ରାଜନୀତିରେ ଉନ୍ନତି ହେବ । ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ ।

କନ୍ୟା : ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ରାଜନୀତିରେ ଉନ୍ନତି ହେବ । ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ ।

ତୁଳା : ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।

ବିଛା : ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ଧନୁ : ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା ଦୂର ହେବ। ବ୍ୟବସାୟରେ ଉନ୍ନତିର ପାହାଚ ଚଢ଼ିବା ଆରମ୍ଭ କରିବେ। ଘରେ ସୁଖଦ ବାତାବରଣ ରହିବ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସମ୍ପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ମକର : ଅତ୍ୟନ୍ତଅଶୁଭ। ମାଲିମକଦ୍ଦମାରେ ଫସିବେ। ମିଥ୍ୟା ଅପବାଦରେ ଅପମାନିତ ହେବେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

କୁମ୍ଭ : ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି।

ମୀନ : ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନ ସମ୍ମାନ ମିଳିବ। ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.