Below header

ରାଶିଫଳ : ଏହି ରାଶିର ଲୋକଙ୍କୁ ଆଜି ଅତ୍ୟନ୍ତ ଖୁସି ଓ ସୁଖ ମିଳିବ

ସମସ୍ତ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାର ଥିଲେ ସମାଧାନ ହୋଇଯିବ । ଆପଣ ଏକ ବଡ ନିଷ୍ପତ୍ତି ନେଇପାରନ୍ତି, ଯାହା ଆର୍ଥିକ ଲାଭର ଏକ ଉପାୟ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମେଷ : ଆଜି ଆପଣଙ୍କ ଦିନଟି ଅଳସୁଆରେ ପରିପୂର୍ଣ୍ଣ ହେବ ରହିପାରେ । ଯେଉଁଥିପାଇଁ କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇନପାରେ । ଆର୍ଥିକ ସ୍ଥିତି ଯୋଗୁ ଚିନ୍ତିତ ରହିବେ । ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ହୋଇପାରେ । ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ଆଜି ପରିବାର ସହିତ ସମୟ କାଟିବେ । ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ନଚେତ, କାହା ସହ ଝଗଡା ହୋଇପାରେ । ଲଭ୍‌ମେଣ୍ଟଙ୍କ ପାଇଁ ଦିନଟି ଶୁଭ ରହିଛି ।

ବୃଷ : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିପାରେ । ନିଜ ଉପରେ ନିୟନ୍ତ୍ରଣ ରିଖିବା ଯୋଗୁ ଅନେକ ସମସ୍ୟାର ସମାଧାନ ହୋଇପାରେ । ଅର୍ଥ ସମସ୍ୟା ହୋଇପାରେ । କିଛି କାମ ଯୋଗୁ ମାନ ସମ୍ମାନ ମିଳିପାରେ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହେବ, ସମସ୍ତଙ୍କ ସହ ଖୁସିର ସମୟ କାଟିବେ । ଦାମ୍ପତ୍ୟ ଜୀବନରେ ଆଜି ସୁଖ ମିଳିପାରେ । ସାଙ୍ଗଙ୍କ ସହ ଭେଟ ହୋଇପାରେ ।

ମିଥୁନ : ଆପଣ ଆଜି ମାନସିକ ଚାପ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଏକ ଅଘଟଣ ହୋଇପାରେ । ଆର୍ଥିକ ସମସ୍ୟା ହୋଇପାରେ । ଛାତ୍ରମାନଙ୍କ ମନ ପାଠପଢାରେ ଲାଗିନପାରେ । ପାରିବାରିକ ବାତାବରଣ ଶାନ୍ତ ରହିବ କିନ୍ତୁ ଜୀବନସାଥୀ ସହିତ ବିବାଦ ହୋଇପାରେ । ଲଭ୍‌ମେଣ୍ଟଙ୍କ ପାଇଁ ସମୟ ଭଲରେ କଟିବ । ଆପଣ ଆଜି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି ।

କର୍କଟ : ଆଜି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ । ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ । ଆର୍ଥିକ ପରିସ୍ଥିତି ଅଧିକ ସୁଦୃଢ ହୋଇପାରେ । ଆପଣ ଆଜି କର୍ମକ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ପାଇପାରନ୍ତି । ଯଦି ଛାତ୍ରମାନେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ସେମାନେ ଏଥିରେ ସଫଳତା ପାଇପାରନ୍ତି । ଆପଣ ପରିବାର ସଦସ୍ୟଙ୍କ ସହିତ କିଛି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ । ଲଭ୍‌ମେଣ୍ଟଙ୍କର ପାରସ୍ପର ଉପରେ ବିଶ୍ୱାସ ଗଭୀର ହେବ ।

ସିଂହ : ଆର୍ଥିକ ଦୃଷ୍ଟିକୋଣରୁ ଆଜି ଦିନଟି ଭଲ ରହିପାରେ । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇପାରେ । କୌଣସି କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । କାର୍ଯ୍ୟ ପାଇଁ ବାହାରକୁ ଯାଇପାରନ୍ତି । ଛାତ୍ରମାନେ ପାଠପଢାରେ ମନ ଦେବା ଜରୁରୀ । ପରିବାର ସଦସ୍ୟାଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପୁରୁଣା ସାଙ୍ଗମାନଙ୍କ ସହ ଭେଟ ହେବା ଯୋଗୁ ଆପଣ ଖୁସି ରହିବେ । ବିବାହିତ ଜୀବନରେ ଖୁସି ମଳିବ, ଜୀବନସାଥୀଙ୍କଠାରୁ ସମର୍ଥନ ମଧ୍ୟ ପାଇବେ ।

କନ୍ୟା : ଆଜି ଆପଣ ଭାଗ୍ୟ ଆପଣଙ୍କ ସହିତ ରହିବ । ଅର୍ଥ ସମସ୍ୟା ଥିଲେ ତାହା ଦୂର ହୋଇପାରେ । କର୍ମକ୍ଷେତ୍ରରେ ଆପଣଙ୍କର ସକରାତ୍ମକ ମନୋଭାବ ସମସ୍ତଙ୍କୁ ଆକର୍ଷିତ କରିପାରେ । ଆର୍ଥିକ ଲାଭ ମିଳିପାରେ । ବ୍ୟବସାୟରେ ଆଗକୁ ବଢିପାରନ୍ତି । ସ୍ୱାସ୍ଥ୍ୟ ଠିକ୍‌ ରହିବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ପରିବାର ସହିତ ସୁଖଦ ସମୟ କାଟିବେ । ପିଲାମାନଙ୍କ ପାଇଁ ମନ ଖୁସି ରହିବ । ଜୀବନ ସାଥୀଙ୍କ ସହିତ ବାହାରକୁ ଯାଇପାରନ୍ତି । ଲଭ୍‌ମେଣ୍ଟଙ୍କ ପାଇଁ ଦିନଟି ବହୁତ ଭଲରେ କଟିବ ।

ତୁଳା : ଆପଣଙ୍କ ପାଇଁ ଆଜି ମିଶ୍ରିତ ଦିନ ରହିପାରେ । ଆର୍ଥିକ ପରିସ୍ଥିତି ସ୍ୱାଭାବିକ ରହିବ । ଆର୍ଥିକ ଯୋଜନାରେ ପରିବର୍ତ୍ତନ କରାଯାଇପାରେ ଯାହା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହୋପାରିବ । କିଛି କାମ ପାଇଁ ଅନେକ ସମ୍ମାନ ମଳିପାରେ । ପାରିବାରିକ ପରିବେଶ ଠିକ୍‌ ରହିବ । ଘରକୁ ଅତିଥି ଆସିପାରନ୍ତି । ପିଲାଙ୍କ ଶିକ୍ଷାକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି । ଲଭ୍‌ମେଣ୍ଟଙ୍କ ଠାରୁ ଉପହାର ମିଳିପାରେ ।

ବିଛା : ଆଜି ଆପଣଙ୍କ ଜୀବନରେ ଏକ ନୂଆ ପରିବର୍ତ୍ତନ ହୋଇପାରେ । ମନ ଖୁସି ରହିପାରେ । କାର୍ଯ୍ୟକ୍ଷେତ୍ରରେ ସୁଖଦ ପରିବର୍ତ୍ତନ ଆସିପାରେ । ସମସ୍ତ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାର ଥିଲେ ସମାଧାନ ହୋଇଯିବ । ଆପଣ ଏକ ବଡ ନିଷ୍ପତ୍ତି ନେଇପାରନ୍ତି, ଯାହା ଆର୍ଥିକ ଲାଭର ଏକ ଉପାୟ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପେଟ ସମ୍ବନ୍ଧୀୟ ରୋଗ ଉତ୍ପନ୍ନ ହୋଇପାରେ । ଖାଇବାକୁ ନେଇ ସତର୍କ ରୁହନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିପାରେ । ପାରିବାରିକ ଜୀବନ ଖୁସି ମିଳିପାରେ । ଜୀବନସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ସମସ୍ତଙ୍କ ସହ ଭଲ ସମ୍ପର୍କ ତିଆରି ହୋଇପାରେ ।

ଧନୁ : ଆଜି ଦିନଟି ଠିକ୍‌ ଠାକ୍‌ ରହିବ । ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ରହିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କୁ ଅସୁବିଧା ହୋଇପାରେ । ବ୍ୟବସାୟ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ । କୌଣସି କାମ ପାଇଁ ଚିନ୍ତିତ ରହିପାରନ୍ତି । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ, ଆଘାତ ହେବାର ସମ୍ଭାବନା ଅଛି । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଭଲ ରହିବ । ଜୀବନ ସାଥୀ କୌଣସି କାମରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।

ମକର : ପିଲାମାନେ ମା’ ଓ ବାପାଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇପାରନ୍ତି । ଯେଉଁଥି ପାଇଁ ପିଲାମାନେ ଅତ୍ୟନ୍ତ ଖୁସି ରହିବେ । ଲଭ୍‌ମେଣ୍ଟଙ୍କ ପାଇଁ ଦିନଟି ବହୁତ ହିଁ ଭଲ ରହିଛି ।ଅଫିସ୍‌ରେ ବସ୍‌ ଆପଣଙ୍କର ପ୍ରଶଂସା କରିବେ । ଚିନ୍ତା କରିଥିବା କାମ ପୂରା ହୋଇଯିବ । ରୋଜଗାର କରିବା ପାଇଁ ନୂଆ ନୂଆ ରାସ୍ତା ମଳିଯିବ । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।

କୁମ୍ଭ : ପିଲାମାନଙ୍କୁ ଗୁରୁଜନଙ୍କ ଆଶିର୍ବାଦ ମଳିବ । କିଛି କାମ ପାଇଁ ଅନ୍ୟ ଜଣଙ୍କୁ ସାହାର୍ଯ୍ୟ କରିବେ । ଘର କାମ ପାଇଁ ଜୀବନସାଥୀଙ୍କ ସହଯୋଗ ମଳିପାରେ । ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ମଳିବ । କିଛି କରିଥିବା କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ମନରୁ କରିଥିବା କାମ ପୂରା ହୋଇଯିବ । କିଛି ନୂଆ ସାଙ୍ଗ ହୋଇପାରନ୍ତି ।

ମୀନ : ଆଜି ଆପଣଙ୍କ ଦିନଟି ଠିକ୍‌ ଠାକ୍‌ ରହିବ । ବ୍ୟବସାୟରେ ଲାଭ ମଳିପାରେ । ନିଜ ଜିନିଷର ଧ୍ୟାନ ରହିଖିବେ, ନଚେତ ହଜିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଠିକ୍‌ ରହିବ ।ପୂର୍ବରୁ କରିଥିବା କାମର ଶୁଭ ଫଳ ମଳିବ । ସାଙ୍ଗଙ୍କ ସହ ଭଲ ସମୟ କଟିବ । କିଛି କାମ ପାଇଁ ଖୁସି ରହିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.