Below header

ମହିଳା ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା ଅଭିଯୋଗ, ଆଜି ଥାନାରେ ହାଜର ହେଇପାରନ୍ତି ଟୁଟୁ ନାୟକ

ମହିଳା ସାମ୍ବାଦିକାଙ୍କୁ ଓଲିଉଡ୍ ପ୍ରଯୋଜକ ଟୁଟୁ ନାୟକ ଚାପୁଡ଼ା ମାରିବା ଅଭିଯୋଗରେ ତନାଘନା ତଦନ୍ତ କରୁଛି ଭୁବନେଶ୍ବର ଖାରବେଳନଗର ଥାନା ପୋଲିସ । ଆଜି ଥାନାରେ ହାଜର ହେଇ ପାରନ୍ତି ଟୁଟୁ ନାୟକ । ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବ । ଏଥିପାଇଁ ଖାରବେଳନଗର ଥାନା ପୋଲିସ ତାଙ୍କୁ ଯୋଗାଯୋଗ କରିଥିବା ସୂଚନା ମିଳିଛି ।

ଭୁବନେଶ୍ୱର (କେନ୍ୟୁଜ): କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଓଲିଉଡ୍ ପ୍ରଯୋଜକ ଟୁଟୁ ନାୟକ ଚାପୁଡ଼ା ମାରିବା ଅଭିଯୋଗରେ ତନାଘନା ତଦନ୍ତ କରୁଛି ଭୁବନେଶ୍ବର ଖାରବେଳନଗର ଥାନା ପୋଲିସ । ଆଜି ଥାନାରେ ହାଜର ହେଇ ପାରନ୍ତି ଟୁଟୁ ନାୟକ । ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବ । ଏଥିପାଇଁ ଖାରବେଳନଗର ଥାନା ପୋଲିସ ତାଙ୍କୁ ଯୋଗାଯୋଗ କରିଥିବା ସୂଚନା ମିଳିଛି । ସର୍ବସମ୍ମୁଖରେ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମହିଳା ସାମ୍ବାଦିକା ଦେବସ୍ମିତା ରାଉତ ।

ଭୁବନେଶ୍ବର ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ଟୁଟୁ ନାୟକଙ୍କ ନାଁରେ ୩୫୪,୨୯୪,୩୪୧,୩୨୩ ଓ ୫୫୩/୨୩ ଧାରାରେ ମାମଲା ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ସାମ୍ବାଦିକା ଦେବସ୍ମିତା ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ଚାପୁଡ଼ା ମାରିଥିଲେ ଟୁଟୁ ନାୟକ । ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ଦେବସ୍ମିତା କହିଛନ୍ତି, ଟୁଟୁ ନାୟକ ତାଙ୍କ ଅଜାଣତରେ ଆସି ପଛପଟୁ ଗାଲକୁ ବାଡେଇଲେ । ତାଙ୍କ ସମ୍ମାନରେ ଆଞ୍ଚ ଲାଗିଛି, ପୋଲିସ ଟୁଟୁ ନାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ । ଅନ୍ୟପଟେ ପ୍ରେସ ରିଲିଜ ଜରିଆରେ ପ୍ରତିକ୍ରିୟାରେ ଟୁଟୁ ନାୟକ କହିଛନ୍ତି, ମନରେ ଆଘାତ ଲାଗିଥିଲେ ସରି ମାଗୁଛି । ହ୍ବାଟସଆପ ମେସେଜରେ ସରି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.