Below header

ନେପାଳରେ ଭୟଙ୍କର ଭୂମିକମ୍ପ, ୧୨୮ ଜଣଙ୍କର ମୃତ୍ୟୁ

୬.୪ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନେପାଳ । ୧୨୮ ଜଣଙ୍କର ଜୀବନ ଯାଇଛି । ଅଧିକ ପ୍ରବାବିତ ହୋଇଛି ନେପାଳରେ ପଶ୍ଚିମ ରୁକୁମ ଓ ଜାଜରକୋଟ ଜିଲ୍ଲା । ଭୂମିକମ୍ପରେ ଆହତ ହୋଇଛନ୍ତି ଶତାଧିତ । ଧ୍ବଂସାବଶେଷ ତଳେ ଅନେକ ଚାପି ହୋଇ ରହିଛନ୍ତି ।

ନୂଆଦିଲ୍ଲୀ : ନେପାଳରେ ଭୟଙ୍କର ଭୂମିକମ୍ପ । ୬.୪ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନେପାଳ । ୧୨୮ ଜଣଙ୍କର ଜୀବନ ଯାଇଛି । ଅଧିକ ପ୍ରବାବିତ ହୋଇଛି ନେପାଳରେ ପଶ୍ଚିମ ରୁକୁମ ଓ ଜାଜରକୋଟ ଜିଲ୍ଲା । ଭୂମିକମ୍ପରେ ଆହତ ହୋଇଛନ୍ତି ଶତାଧିତ । ଧ୍ବଂସାବଶେଷ ତଳେ ଅନେକ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭୂକମ୍ପ ପ୍ରଭାବିତ କିଛି ଅଞ୍ଚଳକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଫଳରେ ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା ।

ଗତକାଲି ରାତି ପାଖାପାଖି ୧୧ଟା ୪୭ ମିନିଟରେ ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଥିଲେ ପଶ୍ଚିମ ନେପାଳର ଜାଜରକୋଟ । ଲୋକେ ଶୋଇଥିବା ବେଳେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଫଳରେ ଅନେକ ଜାଣି ପାରି ନଥିଲେ କଣ ହେଲା । ହଠାତ୍ ଘରୁ ବାହାରି ପାରି ନଥିଲେ ।ମାଟିରେ ମିଶିଛି ବହୁ ଘରଦ୍ବାର, ବିଲଡିଂ । ଧ୍ବଂସାବଶେଷ ତଳୁ ଏବେ ଜୀବନ ଖୋଜା ଚାଲିଛି । ଏତେ ଜୋରରେ ଝଟକା ଅନୁଭୂତ ହୋଇଥିଲା ଯେ ଲୋକ ଭୟରେ ଘରୁ ବାହାରି ଆସିଥିଲେ । ଅଧିକ ପ୍ରଭାବିତ ହୋଇଛି ଜାଜରକୋଟ ଜିଲ୍ଲାର ଭେରି, ନାଲଗାଡ଼, କୁଶେ, ବାରେକୋଟ ଓ ଛେଡାଗଦ । ଝଟକା ଉତ୍ତର ଭାରତ ସମେତ ଦିଲ୍ଲୀ ଏନସିଆର, ଗୁରୁଗାଁଓ, ହରିଆଣାର କିଛି ସ୍ଥାନରେ ବି ଅନୁଭୂତ ହୋଇଥିଲା । ପୂର୍ବରୁ ଗତ ୨୦୧୫ରେ ନେପାଳରେ ୭.୮ ତୀବ୍ରତାର ଭୟଙ୍କର ଭୂକମ୍ପ ହୋଇଥିଲା । ଯେଉଁଥିରେ ୯ହଜାର ଲୋକଙ୍କର ଜୀବନ ଯାଇଥିବା ବେଳେ ପ୍ରାୟ ୨୨ହଜାର ଆହତ ହୋଇଥିଲେ । ମାଟିରେ ମିଶିଥିଲା ପ୍ରାୟ ୫ ଲକ୍ଷ ଘରଦ୍ବାର ଓ ବିଲଡିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.