Below header

ଦିନ ଆରମ୍ଭରୁ ଜାଣି ରଖନ୍ତୁ ଆଜି କେମିତି କଟିବ ଆପଣଙ୍କ ସମୟ

ମେଷ : ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପର ଲାଗି କିଛି ବିଶେଷ କରିବେ। ବେସରକାରୀ ସ୍ତରରେ ନିଯୁକ୍ତି ମିଳିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

ବୃଷ : ନୂଆ ବିଚାର ପ୍ରୟୋଗ ପାଇଁ ସମୟ ଉତ୍ତମ। ପରିଶ୍ରମର ସକାରାତ୍ମକ ଫଳ ପାଇବେ। ଛାତ୍ରଛାତ୍ରୀ ଯୋଜନା ତିଆରି କରି ଅଧ୍ୟୟନ କରନ୍ତୁ। ସନ୍ତାନଠୁ ଖୁସି ପାଇବେ। ପୁରୁଣା ଶତ୍ରୁ, ପୁରୁଣା ବିବାଦ ଏବଂ ପୁରୁଣା କଥା ସାମ୍ନାକୁ ଆସିପାରେ।

ମିଥୁନ : ଜରୁରୀ କାମ ନିର୍ଦ୍ଧାରିତ ସମୟରେ ଶେଷ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ରୋଜଗାର ବଢ଼ିବ ଓ ମାନ-ସମ୍ମାନ ବୃଦ୍ଧି ପାଇବ। କେବଳ ଏତିକି ନୁହେଁ, ସରକାରୀ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରିବ।

କର୍କଟ : ମାନସିକ ରୂପେ ସୁସ୍ଥ ରହିବେ। କୌଣସି ଶୁଭ ଖବର ମିଳିବ। ଶତ୍ରୁମାନେ ଦବି ରହିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କିଛି ନୂଆ ସୁଯୋଗ ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ରଖୁଥିବା ବ୍ୟକ୍ତିଙ୍କର ମନ ଶାନ୍ତ ଓ ଖୁସି ରହିବ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ଅନ୍ୟ ଲାଭ ମିଳିବ। ସମାଜରେ ମାନ-ସମ୍ମାନ ବଢ଼ିବ ଓ ଚାକିରିରେ ଉନ୍ନତି ହେବ।

ସିଂହ : ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ। ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।

କନ୍ୟା : ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଭୂସଂପତ୍ତି କିଣିବା ଯୋଗ ରହିଛି। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଏହା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଯଦି ଆପଣ କେଉଁ ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ।

ତୁଳା : ଘରୋଇ ଖର୍ଚ୍ଚ କମ୍ ହେବ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ଘରୋଇ କମ୍ପାନୀରେ ଚାକିରି କରୁଥିବା ଲୋକଙ୍କୁ ଖୁସି ଖବର ମିଳିବ।

ବିଛା : ଅଧିକାଂଶ ମାମଲାରେ ନିଜକୁ ଭାଗ୍ୟଶାଳୀ ମନେ କରିବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇପାରିବେ।

ଧନୁ : ଅଫିସରେ ଆପଣଙ୍କ କାମର ବୋଝ କମ୍ ରହିବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ପାଇଁ କୌଣସି ମୂଲ୍ୟବାନ ବସ୍ତୁ କିଣି ପାରନ୍ତି।

ମକର : ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ବଡ଼ ସୁଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ।

କୁମ୍ଭ : ଆପଣଙ୍କ ମନରେ ବହୁତ ସକାରାତ୍ମକ ଭାବନା ଆସିବ। ସାଥୀଙ୍କୁ ମନର କଥା କହିପାରନ୍ତି। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ବିବାହିତଙ୍କ ଲାଗି ଭଲ ଦିନଟିଏ।

ମୀନ : କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। କାରବାରରେ ଉତ୍‍ଥାନ ପତନ ଲାଗିରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.