ଆସୁଛି ବାତ୍ୟା ଅସାନୀ: ଅଶାନ୍ତ ହେଲାଣି ବଙ୍ଗୋପସାଗର, ଆଜି ଡିପ୍ରେସନ୍‌ରେ ପରେ ଆସନ୍ତାକାଲି ଦାନା ବାନ୍ଧିବ ସାଇକ୍ଲୋନ୍‌

ଭୁବନେଶ୍ବର(କେନ୍ୟୁଜ):ଅଶାନ୍ତ ହେଉଛି ବଙ୍ଗୋପସାଗର । ଆସୁଛି ବାତ୍ୟା ଅସାନୀ । ଲଘୁଚାପ କ୍ଷେତ୍ର ଆଜି ଡିପ୍ରେସନ୍‌ରେ ପରିଣତ ହେବ। ଆସନ୍ତାକାଲି ଦାନା ବାନ୍ଧିବ ସାଇକ୍ଲୋନ୍‌ ଅସାନୀ । ୧୦ ତାରିଖରେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

୧୦ରୁ ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ଆରମ୍ଭ ହେବ । ଏହାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ରହିବ ୯୦ କିଲୋମିଟର । ଏହା ସ୍ଥଳବିଶେଷରେ ବଢ଼ି ୧୧୦ କିଲୋମିଟର ଛୁଇଁପାରେ । ଆକ୍ୟୁ େଓ୍ଵଦର ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲସ୍‌ କହିଛନ୍ତି ଆନ୍ଧ୍ର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ରହିବ ବାତ୍ୟାର ପ୍ରଭାବ । ଲ୍ୟାଣ୍ଡଫଲ ମଧ୍ୟ ଆନ୍ଧ୍ରରୁ ପଶ୍ଚିମବଙ୍ଗ ମଧ୍ୟରେ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.