Below header

ରାଜଧାନୀରେ କଡ଼ାକଡ଼ି କରାଯାଇଛି ରାତ୍ରିକାଳୀଳ ପାଟ୍ରୋଲିଂ: ୩ ଦିନରେ ସାଢ଼େ ୬୪ହଜାର ଟଙ୍କା ଜରିମାନା ଆଦାୟ

ଭୁବନେଶ୍ବର(କେନ୍ୟୁଜ): ରାଜଧାନୀରେ କଡ଼ାକଡ଼ି କରାଯାଇଛି ରାତ୍ରିକାଳୀଳ ପାଟ୍ରୋଲିଂ ବ୍ୟବସ୍ଥା। ଅପରାଧ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ମେ’ମାସରୁ ଆରମ୍ଭ କରାଯାଇଛି ଏହି ରାତ୍ରିକାଳୀଳ ପାଟ୍ରୋଲିଂ। ଏହା ଭିତରେ ୧୧୧ ଜଣ ଅମାନିଆ ଜରିମାନା ଗଣିସାରିଥିବା ବେଳେ ୧୩୩ ଗାଡ଼ିଚାଳକଙ୍କ ଲାଇସେନ୍ସସ ରଦ୍ଦ ହେବ ବୋଲି ସୂଚନା ମିଳିଛି।

ଗତ ୩ ତାରିଖରୁ ୫ ତାରିଖ ଏହି ତିନି ଦିନ ମଧ୍ୟରେ ହୋଇଥିବା ଏହି ସ୍ପେସାଲ୍‌ ଡ୍ରାଇଭ୍‌ରେ ୧୧୧ଜଣ ଆଇନ ଉଲ୍ଲଂଘନକାରୀ ଗାଡ଼ିଚାଳକଙ୍କ ଠାରୁ ସାଢ଼େ ୬୪ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ନନ୍ଦନକାନନ ଥାନା ୧୮ ଜଣଙ୍କୁ ଜରିମାନା କରିଥିବା ବେଳେ ଖଣ୍ଡଗିରି ଥାନାରେ ୧୬ ଓ ଲକ୍ଷ୍ମୀସାଗର ଥାନାରେ ୧୧ ଜଣଙ୍କଠାରୁ ତଣ୍ଡ ଆଦାୟ କରାଯାଇଛି। ସୂଚନାନୁସାରେ ଜଣଙ୍କଠାରୁ ୧୮ହଜାର ଟଙ୍କା, ଅନ୍ୟ ଜଣଙ୍କଠାରୁ ୮ହଜାର ଓ ଜଣଙ୍କଠାରୁ ସାଢ଼େ ୫ହଜାର ଟଙ୍କା ଆଦାୟ କରାଯାଇଛି।

ଏବେ ରାତି ୧୦ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ନାଇଟ୍‌ ପାଟ୍ରୋଲିଂ ଚାଲିଛି। ସହରର ପ୍ରାୟ ୩୦ଟି ସ୍ଥାନରେ ରାତ୍ରିକାଳୀନ ଯାଞ୍ଚ ଓ ଅବରୋଧ ପ୍ରକ୍ରିୟା ଜାରି କରାଯାଇଛି। ରାଜଧାନୀରେ ସକ୍ରିୟ ଥିବା ଅପରାଧୀଙ୍କୁ ଧରିବା ପାଇଁ ଏଭଳି ପ୍ରକ୍ରିୟା ଚାଲିଥିବା ବେଳେ ଧରାପଡ଼ିଛନ୍ତି ଅମାନିଆ ଚାଳକ। ଅନ୍ଯପଟେ ୨ ଟ୍ରାଫିକ୍‌ ପୋଲିସ ଷ୍ଟେସନ ଦ୍ୱାରା ମୋଟ ୧୩୩ଟି ଡ୍ରାଇଭିଂ ଲାଇସେନ୍ସ ଖାରଜ କରିବା ପାଇଁ ଆବେଦନ କରାଯାଇଛି। ଏହି ପ୍ରକ୍ରିୟା ଚଳିତ ମାସ ୧୫ ତାରିଖ ଯାଏଁ ଚାଲୁ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.