ଗୁଜରାଟ ଟାଇଟନ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ , ୫ ରନରେ ଜିତିନେଲା ମ୍ୟାଚକୁ

କେନ୍ୟୁଜ: ରୋମାଞ୍ଚକର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୫ ରନରେ ମ୍ୟାଚକୁ ଜିତିନେଲା ମୁମ୍ବାଇ ଇଣ୍ଡିଆନ୍ସ । ଶେଷ ଓଭରରେ ୯ ରନ ଆବଶ୍ୟକତା ଥିବା ବେଳେ ଚମତ୍କାର ବୋଲିଂ କରି କେବଳ ୩ ରନ ଦେଇଥିଲେ ଡାନିଏଲ ସାମ୍ସ ।

ମିଲରଙ୍କ ପରି ବିସ୍ଫୋରକ ବ୍ୟାଟରଙ୍କୁ ବିଟ କରିଥିଲେ ସାମ୍ସ । ମୁମ୍ବାଇ ଇଣ୍ଡିଆନ୍ସର ୧୭୭ ରନର ଜବାବରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୭୨ ରନ କରିଥିଲା ।

ମୁମ୍ବାଇ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷାନ ଜବରଦସ୍ତ ବ୍ୟାଟିଂ କରିଥିଲେ । ରୋହିତ ଶର୍ମା ୪୩ ରନ କରିଥିବା ବେଳେ ଇଶାନ କିଷାନ ୪୫ ରନ କରିଥିଲେ । ଗୁଜରାଟ ପକ୍ଷରୁ ରିଦ୍ଧିମାନ ଶାହ ଓ ଶୁଭମନ ଗିଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.