Below header

ଭାଗ୍ୟକୁ ନେଇ ଚିନ୍ତିତ ରହୁଛନ୍ତି କି ? ପଢନ୍ତୁ ଆଜିର ରାଶିଫଳ

ଆପଣଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ । ଘରକୁ ନେଇ କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି । ଅର୍ଥ ସମସ୍ୟା ହୋଇପାରେ । କିଛି କାମ କରିବା ଯୋଗୁ ଲୋକମାନେ ଆପଣଙ୍କର ପ୍ରଶଂସା କରିବେ । ପାରିବାରିକ ସମସ୍ୟା ଦୂର ହୋଇପାରେ । ସାଙ୍ଗ ସହ ଭଲ ସମୟ କଟିବ । ହଠାତ୍‌ କୌଣସି ସ୍ଥାନରୁ ଧନ ଲାଭ ହୋଇପାରେ ।

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଅଫିସ୍‌ର କୌଣସି କାମରେ ଉପର କର୍ମଚାରିଙ୍କ ସାହାଯ୍ୟ ମିଳିବ । କିଛି କାମ ସହଜରେ ପୂରା ହୋଇଯିବ । ଆଜି ନିଜର ଅନେକ ପ୍ରକାରର ପ୍ରତିଭା ଦେଖାଇବା ପାଇଁ ଆପଣଙ୍କୁ ଅବସର ପ୍ରାତିଃ ହେବ । ଛାତ୍ରଛାତ୍ରୀଙ୍କୁ ପାଠପଢା ପ୍ରତି ଧ୍ୟାନ ଦେବା ଜରୁରୀ । ପରିବାରରେ କିଛି ନୂଆ ଦାୟିତ୍ୱ ମିଳିବ । ସ୍ୱାସ୍ଥ୍ୟ ଠିକ୍‌ ରହିବ ।

ବୃଷ: ଆଜି ଆପଣ ପୂଜା ପାଠରେ ମନ ଦେବେ । କିଛି ନୂଆ ଅନୁଭୂତି ପ୍ରାତିଃ ହୋଇପାରେ । ଯେକୌଣସି କାମ କରିବା ପାଇଁ ଚାହୁଁଛନ୍ତି, ତାହା ସମୟରେ ପୂରା ହୋଇଯିବ । କିଛି ନୂଆ ଉପାୟରେ କାମ କରିବେ ଏବଂ ତାହା ପୂରା ହେବ । ଜୀବନସାଥୀଙ୍କ ସହ ଦିନଟି ଠିକ୍‌ ରହିବ । ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ । ପରିବାରରେ ସବୁ ଠିକ୍‌ ରହିବ ଓ ଆର୍ଥକ ସ୍ଥିତି ଠିକ୍‌ ରହିବ ।

ମିଥୁନ: ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ । ବ୍ୟବସାୟ କରୁଥିଲେ ତାହା ଠିକ୍‌ ଠାକ୍‌ ରହିବ । ଖର୍ଚ୍ଚ ହୋଇପାରେ । ଛାତ୍ରଛାଛ୍ରୀଙ୍କୁ କିଛି ନୂଆ ଶିଖିବା ପାଇଁ ମିଳିବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ । ମହିଳାମାନେ ନିଜ ଉପରେ ଆଜି ଅଧିକ ଧ୍ୟାନ ଦେବେ । ପିଲାମାନେ ଆଜି ମା’ଙ୍କୁ ଘର କାମରେ ସାହାଯ୍ୟ କରିବେ । ପିଲାମାନଙ୍କୁ ମା’ର ଭଲ ପାଇବା ମଳିବ ।

କର୍କଟ: ଆପଣଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ । ଘରକୁ ନେଇ କିଛି ବଡ ନିଷ୍ପତି ନେଇ ପାରନ୍ତି । ଅର୍ଥ ସମସ୍ୟା ହୋଇପାରେ । କିଛି କାମ କରିବା ଯୋଗୁ ଲୋକମାନେ ଆପଣଙ୍କର ପ୍ରଶଂସା କରିବେ । ପାରିବାରିକ ସମସ୍ୟା ଦୂର ହୋଇପାରେ । ସାଙ୍ଗ ସହ ଭଲ ସମୟ କଟିବ । ହଠାତ୍‌ କୌଣସି ସ୍ଥାନରୁ ଧନ ଲାଭ ହୋଇପାରେ ।

ସିଂହ: ଆଜି କିଛି କଥାକୁ ନେଇ ଚିନ୍ତିତ ରହିବେ । କିଛି ପୂରୁଣା କଥା ପାଇଁ ଅଳ୍ପ ଚିନ୍ତାରେ ପଡିପାରନ୍ତି । ଯେକୌଣସି ପ୍ରକାରର ସମସ୍ୟା ଥିଲେ ଘର ଲୋକଙ୍କ ସହ କଥା ହୋଇ ଠିକ୍‌ କରିବା ପାଇଁ ଚେଷ୍ଟା କରିବେ । ଅର୍ଥ ସମସ୍ୟା ହୋଇପାରେ । ମହିଳାଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ । ଆଜି ଆପଣଙ୍କୁ ସ୍ଥାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ ।

କନ୍ୟା: ଦିନଟି ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବ । ବ୍ୟବସାୟରେ କ୍ଷତି ହୋଇପାରେ । କିଛି କାମ କରୁଛନ୍ତି ଯଦି ତାହାକୁ ସକରାତ୍ମକ ଭାବେ କରିବା ଉଚିତ ହେବ । କାମକୁ ଠିକ୍‌ ଭାବେ କଲେ ଲାଭ ମିଳିପାରେ । ଜୀବନସାଥୀ କିଛି ଏପରି କରିପାରନ୍ତି, ଯେଉଁଥିପାଇଁ ଆପଣ ଅସୁବିଧାର ସାମ୍ନା ହୋଇପାରନ୍ତି ।

ତୁଳା: ଅଫିସ୍‌ରେ ଅଟକିଥିବା କାମ ପୂରା ହେବ । ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ । ଆଜି ଦିନଟି ଭଳ ରହିବ । କିଛି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିବ । ପିଲାଙ୍କ ସହ ସମୟ କାଟିବେ । ଛାତ୍ରଛାତ୍ରୀଙ୍କ ମନ ପାଠପଢାରେ ଲାଗିରହିବ । ଅର୍ଥ ସମସ୍ୟା ଦୂର ହେବ ।

ବିଛା: ଘରେ ସମସ୍ତଙ୍କ ସହ ଭଲ ସମୟ କାଟିବେ । କିଛି ଏଭଳି କାର୍ଯ୍ୟ କରିବେ ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଭଲ ରହିବ । ଅଫିସ୍‌ରେ କାମ ଭଲ ଭାବେ କରିବେ । କାମ ପାଇଁ ବାହାରକୁ ଯାଇପାରନ୍ତି । ଘରେ କଳହ ଥିଲେ ଦୂର ହେବ । ଚାକିରୀ ମିଳିବାର ସମ୍ଭାବନା ରହିଛି । ଆପଣ ଆଜି ଖୁସିରେ ରହିବେ । ଭାଗ୍ୟ ସାଥିରେ ରହିବ ।

ଧନୁ: ଆଜି ଆପଣ ଜୀବନରେ ସଫଳତା ପାଇପାରନ୍ତି । କାମରୁ ଲାଭ ମିଳିପାରେ । ପରିବାରରେ ଭଲପାଇବା ମିଳିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଲାଭଦାୟକ ହେବ । କଷ୍ଟ ଦୂର ହେବ । କୌଣସି କାମ ପାଇଁ ଚିନ୍ତିତ ରହିବେ, ହେଲେ ସମୟ ମଧ୍ୟରେ ସବୁ ଠିକ୍‌ ହୋଇଯିବ ।

ମକର: ଭବିଷ୍ୟତ ପାଇଁ ଚିନ୍ତିତ ରହିବେ ହେଲେ ଦିନଟି ଭଲ ରହିବ । ଅର୍ଥ ସମସ୍ୟା ଦୂର ହୋଇପାରେ । ଦିନଟି ବହୁତ ହିଁ ଭଲ ରହିବ । କୌଣସି କାର୍ଯ୍ୟ ପାଇଁ ଅନ୍ୟ ଲୋକଙ୍କର ସାହାଯ୍ୟ ମିଳିବ । ସାମଜିକ କାମ କରିବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ । ମହିଳଙ୍କ ପାଇଁ ଦିନଟି ବହୁତ ଭଲ ରହିପାରେ ।

କୁମ୍ଭ: କିଛି ପୂର୍ବ କାମର ଫଳ ମିଳିବ । ଜୀବନର କୌଣସି ପୁରୁଣା କଥାକୁ ଛାଡି ଆଗକୁ ବଢିବେ । ଜୀବନସାଥୀଙ୍କ ସହ କଳହ ଦୂର ହେବ । ନୂଆ କାମ କରିପାରନ୍ତି । ଦିନଟି ଠିକ୍‌ ଠାକ୍‌ ରହିବ । ଧନ ଲାଭ ହୋଇପାରେ । ଜମି କିଣିବା ପାଇଁ ଦିନଟି ଭଲ ରହିବ ।

ମୀନ: ବିବାହ ପାଇଁ କିଛି କଥା ଆଗକୁ ବଢିବ । କନ୍ୟାଙ୍କ ପାଇଁ ଦିନଟି ଭଲ ରହିବ । ସ୍ୱାସ୍ଥ୍ୟ ଠିକ୍‌ ରହିବ । ଜୀବନରେ ଆଗକୁ ସଫଳତା ମଳିପାରେ । ମାଆଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ଛାତ୍ରଛାତ୍ରୀଙ୍କ ପାଠପଢାରେ ମନ ଲାଗି ରହିବ । ଦିନଟି ଆପଣଙ୍କ ପାଇଁ ଶୁଭ ରହିବ । ଅଟକିଥିବା କାମ ପୂରା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.