ବାଲେଶ୍ବର: ରେମୁଣା ମାଦଳ ବାଜା ନିକଟରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ, ପାସେଞ୍ଜର ଅଛନ୍ତି ସୁରକ୍ଷିତ

ବାଲେଶ୍ଵରରୁ ଯାତ୍ରୀଙ୍କୁ ନେଇ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍ । ପୋଲ ଉପରେ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଲା ଯାତ୍ରୀବାହୀ ବସ୍ ।ଦୁର୍ଘଟଣାରେ କାହାର କ୍ଷତି ହୋଇନାହିଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ବାଲେଶ୍ବର(କେନ୍ୟୁଜ୍): ବଡ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ । ବାଲେଶ୍ବର ରେମୁଣା ବ୍ଲକ ଗୁଡୁଦା ପଞ୍ଚାୟତ ମାଦଳ ବାଜା ନିକଟରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ଵରରୁ ଯାତ୍ରୀଙ୍କୁ ନେଇ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍ । ପୋଲ ଉପରେ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଲା ଯାତ୍ରୀବାହୀ ବସ୍ ।

ଦୁର୍ଘଟଣାରେ କାହାର କ୍ଷତି ହୋଇନାହିଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଷ୍ଟିୟରିଂରେ ତ୍ରୁଟି ପାଇଁ ଏଭଳି ସମସ୍ୟା ଉପୁଜିଛି ବୋଲି ଜଣାପଡିଛି । ତେବେ ବସଟି ରାସ୍ତାରୁ ତଳକୁ ଖସି ଯାଇଥିବା ବେଳେ ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ବାହାରି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.