Below header

ଆଜି ଏହି ରାଶିର ବ୍ୟକ୍ତି ଅର୍ଥ କାରବାର ବେଳେ ରୁହନ୍ତୁ ସାବଧାନ !

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ।

ମେଷ: ବିଭିନ୍ନ ମାର୍ଗରୁ ସଫଳତା ପାଇବେ । ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ ସଙ୍କଟର ସମ୍ମୁଖୀନ ହେବେ। ଜୀବନସାଥୀଙ୍କ ସହ ଭୁଲ୍‌ ବୁଝାମଣା ଦେଖାଦେଇପାରେ।

ବୃଷ: ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ସମୟର ସଦୁପଯୋଗ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ।

ମିଥୁନ: ବହୁ ପରିଶ୍ରମ କରି ସଫଳ ହେବେ। ଦେହ ଓ ମନ ଭଲ ରହିବ। ମହିଳାମାନେ ଚଳଚଞ୍ଚଳ ରହିବେ। କର୍ମକ୍ଷେତ୍ରରେ ନିଷ୍ଠାପର ଭାବେ କାର୍ଯ୍ୟ କରିବେ। ପ୍ରିୟଜନଙ୍କ ପାଇଁ ବିଚଳିତ ହୋଇପାରନ୍ତି।

କର୍କଟ: ଦୀର୍ଘ ଦିନ ଧରିଥିବା ସମସ୍ୟାର ସମାଧାନ ହେବ। ଆର୍ଥିକକ୍ଷେତ୍ରରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ କର୍ତ୍ତବ୍ୟ ସୁଚାରୁରୂପେ ତୁଲାଇ ସମ୍ମାନିତ ହୋଇପାରନ୍ତି। ଛାତ୍ରଛାତ୍ରୀ ସଫଳ ହେବେ।

ସିଂହ : ଅଟକି ରହିଥିବା କାର୍ଯ୍ୟ ସମାପନ ହେବ। ମହିଳାମାନେ ଉଚ୍ଚ ପ୍ରଶଂସା ପାଇବେ। ବ୍ୟବସାୟରେ ମନମୁତାବକ ଫଳ ମିଳିବ। ଛାତ୍ରଛାତ୍ରୀ ଉତ୍ତମ ଫଳ ପାଇବେ। ଯୋଜନା ଅନୁସାରେ କାର୍ଯ୍ୟ କରିବେ।

କନ୍ୟା: ଅସମ୍ଭବ କାର୍ଯ୍ୟକୁ କରି ଦେଖାଇବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ଅନୁଭବ କରିବେ। ଆର୍ଥିକ ସ୍ଥତି ସୁଦୃଢ଼ ରହିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଧର୍ମକାର୍ଯ୍ୟରେ ରୁଚି ବଢ଼ିବ।

ତୁଳା: ଯାତ୍ରା କରି ଥକ୍କା ଅନୁଭବ କରିବେ। କୌଣସି କ୍ଷେତ୍ରରୁ ଲାଭବାନ ହେବେ। ଉଚ୍ଚଅଧିକାରୀଙ୍କ ସହ ମିଳାମିଶା ବଢ଼ିବ। ଗୁରୁଜନ ଅଶାନ୍ତି ପ୍ରକାଶ କରିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇ ପାରେ। ଅର୍ଥକାରବାର ବେଳେ ବହୁ ଭାବିଚିନ୍ତି କାମ କରନ୍ତୁ।

ବିଛା: ସାମାଜିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସକାରାତ୍ମକ ଚିନ୍ତା ରଖି ଆଗକୁ ବଢ଼ିବେ। ପୁରଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପରିବାର ବର୍ଗଙ୍କ ସହ ଭ୍ରମଣ ଯୋଗ ରହିଛି।

ଧନୁ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ର କାର୍ଯ୍ୟବହୁଳ ରହିବ। ନୂତନ ନିବେଶ କରି ଲାଭବାନ ହେବେ। ଆବଶ୍ୟକତାଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।

ମକର: ଦିନଟି ମନୋରଞ୍ଜନ କାର୍ଯ୍ୟକ୍ରମରେ କଟିବ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ବ୍ୟବସାୟରେ ଅନୁଭବୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଯାଇପାରେ।

କୁମ୍ଭ : ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ସମୟ ପୂର୍ବରୁ କାର୍ଯ୍ୟକୁ ସୁଚାରୁ ରୂପରେ ସମାପନ କରିବେ। ବ୍ୟବସାୟରେ ସ୍ବଳ୍ପ ଲାଭ ମିଳିବ। ସାଙ୍ଗସାଥୀଙ୍କ ସହ ଦୂରଯାତ୍ରା ଯୋଗ ରହିଛି।

ମୀନ: କୋର୍ଟକଚେରି ମାମଲାରେ ଫଳ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟରେ କ୍ଷତି ହୋଇପାରେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ସତର୍କ ରୁହନ୍ତୁ। ଜୀବନସାଥୀଙ୍କ ସହ କୌଣସି ଧାର୍ମିକସ୍ଥଳ ଭ୍ରମଣ କରିବାକୁ ଯାଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.