ସକାଳୁ ସକାଳୁ ପଢ଼ନ୍ତୁ ଆଜିର ରାଶିଫଳ, ଜାଣନ୍ତୁ ଦିନଟି କେମିତି କଟିବ

ମେଷ : ଆଜିର ଦିନ ଆପଣଙ୍କ ପାଇଁ ଆନନ୍ଦ-ପ୍ରମୋଦରେ ବିତିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ। ସାଙ୍ଗସାଥି ଏବଂ ପରିବାର ସହିତ ଯାତ୍ରା କିମ୍ବା ପର୍ଯ୍ୟଟନସ୍ଥଳକୁ ବୁଲିବାକୁଯାଇ ଆନନ୍ଦ ଉଠାଇ ପାରିବେ। ଆଜି ଖର୍ଚ୍ଚର ମାତ୍ରା ଅଧିକ ରହିବ।

ବୃଷ : ଆଜି ଧାର୍ମିକ ଯାତ୍ରା ହେବ। ଆପଣ ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକ ଆଜି ସଂପନ୍ନ କରି ପାରିବେ। ଶାରୀରିକ ଏବଂ ମାନସିକ ସୁସ୍ଥତା ରହିବ, ଯାହାଫଳରେ ଫୂର୍ତ୍ତି ଏବଂ ପ୍ରସନ୍ନତା ରହିବ। ନୂଆ କାର୍ଯ୍ୟର ଶୁଭାରମ୍ଭ ଆପଣଙ୍କପାଇଁ ଲାଭଦାୟୀ ରହିବ।

ମିଥୁନ : ଆଜିର ଦିନ ଆପଣଙ୍କୁ କୌଣସି ଭାବରେ କଳହ ଏବଂ ଚର୍ଚ୍ଚାରୁ ଦୂରରେ ରହିବାକୁ ଉପଦେଶ। ଆକସ୍ମିକ ଖର୍ଚ୍ଚର ସମ୍ଭାବନା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢାରେ ବାଧା ଆସିବ। ପ୍ରିୟଜନମାନଙ୍କ ସହିତ ହେବାକୁଥିବା ସାକ୍ଷାତରେ ମନ ଆନନ୍ଦିତ ହେବ।

କର୍କଟ : ଆଜି ପୂରା ଦିନ ଆପଣ ପ୍ରସନ୍ନ ରହିବେ। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ସାଥିମାନଙ୍କଠାରୁ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। କୋର୍ଟ-କଚେରୀର ମାମଲାରେ ପଡ଼ନ୍ତୁନାହିଁ। ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ ଏହାର ଧ୍ୟାନ ରଖିବେ।

ସିଂହ: ବିନା ଭାବି ଚିନ୍ତି କୌଣସି କାମ କରିବେ ନାହିଁ। କାର୍ଯ୍ୟରେ ସଫଳତା ମିଳିବ। ପ୍ରତିଯୋଗୀମାନଙ୍କୁ ଆପଣ ପରାସ୍ତ କରି ପାରିବେ। ଭାଇ-ବନ୍ଧୁମାନଙ୍କ ଏବଂ ପଡ଼ୋଶୀମାନଙ୍କ ସହିତ ଖୁବ୍ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମିଳିବ। ସାର୍ବଜନିକ ମାନ-ସମ୍ମାନ ପ୍ରାପ୍ତି ହେବ।

କନ୍ୟା : ଆଜିର ଦିନ ଆପଣଙ୍କପାଇଁ ଅଳ୍ପ କଷ୍ଟଦାୟକ ରହିବ। ସ୍ଵାସ୍ଥ୍ୟ ଖରାପ ହେବ। ପାରିବାରିକ ସଦସ୍ୟମାନଙ୍କ କାରଣରୁ ମନ ଦୁଃଖୀ ହେବ। ମାନସିକ ରୂପରେ ଆପଣ ଅସୁସ୍ଥ ରହିପାରନ୍ତି। କ୍ରୋଧ ଉପରେ ଅଂକୁଶ ରଖିବାକୁ ପଡ଼ିବ। ଦୁର୍ଘଟଣା ପ୍ରତି ସଜାଗ ରୁହନ୍ତୁ।

ତୁଳା : ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ହେବ। ବ୍ୟବସାୟରେ ଅଧିକାରୀ ଆପଣ ଉପରେ ପ୍ରସନ୍ନ ରହିବେ। ସନ୍ତାନମାନଙ୍କ ସହିତ ମତଭେଦ ହୋଇପାରେ। ପରନ୍ତୁ ମଧ୍ୟାହ୍ନ ପରେ କାର୍ଯ୍ୟାଳୟର ବାତାବରଣରେ ସୁଧାର ହେବ। ପ୍ରମୋସନର ସମ୍ଭାବନା ଅଛି।

ବିଛା : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସମ୍ଭାବନ ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ।

ଧନୁ : ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ। ପ୍ରଣୟ-ପ୍ରସଙ୍ଗ ପାଇଁ ଆଜିର ଦିନ ଅନୁକୂଳ ଅଟେ।

ମକର : ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ଆପଣଙ୍କ ମନକୁ ପ୍ରସନ୍ନ ରଖିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ।ଅଫିସରେ ମନମାଳିନ୍ୟର ଅବସର ଆସିପାରେ। ଏହା ପ୍ରତି ସାବଧାନ ରହିବା ଆବଶ୍ୟକ।

କୁମ୍ଭ : ଆଜିର ଦିନ ସୁଖମୟ ଭାବେ କଟିବ। ସନ୍ତାନମାନଙ୍କର ସ୍ଵାସ୍ଥ୍ୟ ଏବଂ ତାଙ୍କ ପାଠପଢ଼ା ସମ୍ବନ୍ଧରେ ଚିନ୍ତାରେ ମନ ବ୍ୟଗ୍ର ରହିବ। କାର୍ଯ୍ୟରେ ସଫଳତା ନ ମିଳିବାରୁ କ୍ରୋଧ ହେବ କିନ୍ତୁ ଏହା ଉପରେ ନିୟନ୍ତ୍ରଣ ରଖିବେ।

ମୀନ : ଶାରୀରିକ, ମାନସିକ ଏବଂ ଆର୍ଥିକ ପ୍ରତ୍ୟେକ ଦୃଷ୍ଟିରେ ଆଜିର ଦିନ ଆପଣଙ୍କପାଇଁ ଭଲ ପ୍ରମାଣିତ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହେବ। ମହତ୍ତ୍ଵପୂର୍ଣ୍ଣ କାଗଜପତ୍ର କିମ୍ବା କୋର୍ଟ- କଚେରୀ ମାମଲାରେ ସାବଧାନ ରହିବାର ଆବଶ୍ୟକତା ଅଛି। ଅର୍ଥ ଦେବା-ନେବା ପାଇଁ ଅନୁକୂଳ ସମୟ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.