Below header

ଭାଗ୍ୟଫଳ : ଜାଣନ୍ତୁ ଦିନଟି କେମିତି କଟିବ

ମେଷ :

ଧୈର୍ଯ୍ୟ ଧରି କାମ କଲେ ସଫଳ ହେବେ। ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ। ସକରାତ୍ମକ ଭାବନା ବଜାୟ ରଖନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ। ଶକ୍ତିବାନ ଅନୁଭବ କରିବେ। ପରିଶ୍ରମର ତୁରନ୍ତ ଫଳ ମିଳିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ। ପ୍ରେମରେ ସଫଳତା ପାଇବେ।

ବୃଷ :

ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ। ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମିଥୁନ:

ଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ। ଆଜି ଆପଣ ନିଜ ଜ୍ଞାନ ଖଟାଇ ଘରୋଇ ବିବାଦକୁ ସମାଧାନ କରିବେ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

କର୍କଟ :

ପ୍ରବଳ ଲାଭ ମିଳିବ। କ୍ୟାରିୟରରେ ଉନ୍ନତି ହେବ। ଘରେ ସୁଖ-ଶାନ୍ତି ଲାଗି ରହିବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀଙ୍କ ସମୟ ଭଲରେ କଟିବ। ଅଟକିଥିବା କାମ ପୂରଣ ହେବ। ସମ୍ପତ୍ତି ସହ ଜଡ଼ିତ ମାମଲାରେ ବିଜୟୀ ହେବେ।

ସିଂହ:

ଆଜି ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବେ। କଳା,ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଜିର ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ ଆଲୋଚନା ସକାଶେ ଦିନଟି ଅତି ଭଲ।

କନ୍ୟା :

ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଥରେ ପ୍ରେମରେ ପଡ଼ିବେ।

ତୁଳା :

ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି।

ବିଛା :

ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଦୀର୍ଘ ଦିନରୁ ଅଟକି ରହିଥିବା କାମ ଆଜି ହିଁ ପୂରଣ ହେବ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

ଧନୁ :

ଆପଣଙ୍କ ପ୍ରୟାସ ଲାଭଦାୟକ ପ୍ରମାଣିତ ହେବ। ରାଜ୍ୟ ବାହାରକୁ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଜରୁରୀ କାମରେ ଯିବାକୁ ଥିଲେ ଆତ୍ମବିଶ୍ବାସ ବଜାୟ ରଖନ୍ତୁ। ରାଜନୀତିରେ ସଫଳତା ପାଇବେ।

ମକର :

ଲାଭ ବାନ୍‌ ହେବେ। ସ୍ଥିତି ସୁଧୁରିବ। ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। କ୍ୟାରିୟରରେ ଆସୁଥିବା ବାଧା ଦୂର ହେବ। ବିବାହ ସ୍ଥିର ହେବ। ଅଟକି ଥିବା କାମ ଆପେ ଆପେ ହୋଇଯିବ। ପଇସା ଫସିଥିଲେ ଏବେ ହିଁ ମିଳିବ।

କୁମ୍ଭ :

ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶୃଙ୍ଖଳତା, କାର୍ଯ୍ୟଦକ୍ଷତା ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚିବେ। ଦେହ ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

ମୀନ :

ପୁରୁଣା ସମସ୍ୟା ସମାଧାନ ହେବ। ବ୍ୟବସାୟରେ ଲାଭ ହେବ। କର୍ମକ୍ଷେତ୍ରରେ ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବିଦ୍ୟାରେ ଉନ୍ନତି ଘଟିବ ତଥା ନୂତନ କର୍ମ ପ୍ରାପ୍ତି ହେବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା, ମାଲି ମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.