ଆଜି କର୍କଟ, ସିଂହ ଓ କୁମ୍ଭ ରାଶିର ଲୋକଙ୍କର ଚମକିବ ଭାଗ୍ୟ; ଏହି ସବୁ ରାଶି ହେବେ ମାଲାମାଲ୍‌…ଜାଣନ୍ତୁ ଦୈନିକ ରାଶିଫଳ

ମେଷ: ଆପଣ ଯଦି ନିଜ କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ, ତ ଆଜି କିଛି ଶୁଭଖବର ଶୁଣିବାକୁ ମିଳିପାରେ। ବ୍ୟବସାୟରେ ଆପଣ ବୁଝି ବିଚାରି କାମ କରନ୍ତୁ, ଏହା ଆପଣଙ୍କ ପାଇଁ ଭଲ ରହିବ। ଯଦି ଆପଣ ପିଲାଙ୍କୁ କୌଣସି ପ୍ରତିଶ୍ରୁତି ଦେଇଥିଲେ, ତ ଏହାକୁ ପୂରଣ କରିବାକୁ ପୂରା ଚେଷ୍ଟା କରିବ।

ବୃଷ: ବୃଷ ରାଶିର ଲୋକେ ଆଜି କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆଜି ଆପଣଙ୍କର କିଛି ସମ୍ପର୍କୀୟଙ୍କ ସହିତ ଭେଟ ହୋଇପାରେ। ଏକ ବଡ଼ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ଏକ ଭଲ ଅଫର ମିଳିପାରେ।

ମିଥୁନ: ମିଥୁନ ରାଶି ଲୋକଙ୍କର ଆଜି ପଦ, ପ୍ରତିଷ୍ଠା ବଢ଼ିବ। ଦୀର୍ଘ ଦିନ ପରେ ଆପଣ ଜଣେ ବନ୍ଧୁଙ୍କୁ ଭେଟି ପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ନିଜ ଅନୁଭବର ପୂରା ଲାଭ ମିଳିବ। ଆପଣ କୌଣସି ଘର, ଦୋକାନ ଆଦି କିଣିବା ଉପରେ ବିଚାର କରିପାରନ୍ତି।

କର୍କଟ: ଆପଣଙ୍କୁ କିଛି ଧାର୍ମିକ ଆୟୋଜନରୁ ଭଲ ଲାଭ ମିଳିପାରେ। ବିଦ୍ୟାର୍ଥୀମାନେ ନିଜ ଶିକ୍ଷା ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେବେ। ଆପଣଙ୍କ ମନର ଇଚ୍ଛା ପୂରଣ ହେବା ଦ୍ୱାରା ଆପଣ ପରିବାର ସଦସ୍ୟଙ୍କ ପାଇଁ ଏକ ଛୋଟ ପାର୍ଟିର ଆୟୋଜନ କରିପାରନ୍ତି। ଆପଣ ଘରେ କୌଣସି ପୂଜାପାଠ ଏବଂ ଭଜନ କୀର୍ତ୍ତନ ଆଦିରେ ବ୍ୟସ୍ତ ରହିବେ।

ସିଂହ: ସିଂହ ରାଶିର ଲୋକେ ଆଜି କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଆପଣଙ୍କୁ ନିଜର ରୁଟିନ୍‌ ଏବଂ ଅନୁଶାସନ ପ୍ରତି ସାବଧାନ ରହିବାକୁ ପଡିବ। ଯଦି ଆପଣ କିଛି କାର୍ଯ୍ୟରେ ଅବହେଳା କରନ୍ତି, ତେବେ ପରେ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

କନ୍ୟା: ଆଜି ଆପଣଙ୍କୁ ମନ ମୁତାବକ ଲାଭ ମିଳିବ। କୌଣସି ଆବଶ୍ୟକ କାର୍ଯ୍ୟକୁ ନେଇ ଆପଣଙ୍କୁ ହଠାତ୍ ଯାତ୍ରା କରିବାକୁ ପଡିପାରେ। କୌଣସି ନୂଆ ସମ୍ପତ୍ତି କ୍ରୟ ପାଇଁ ବି ଦିନ ଭଲ ରହିବ। ସହଭାଗୀତାରେ କିଛି କାମ କରି ଆପଣ ଭଲ ଲାଭ ହାସଲ କରିପାରିବେ। ଆପଣଙ୍କର ଧନ ବ୍ୟୟ ବଢ଼ିପାରେ।

ତୁଳା: ବ୍ୟବସାୟ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଦିନଟି ଦୁର୍ବଳ ହେବାକୁ ଯାଉଛି। କାରଣ, କିଛି ଶତ୍ରୁ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି, ଯେଉଁଥିରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ। ଆପଣ ନିଜ ମା’ଙ୍କୁ ମାମୁଘର ଲୋକଙ୍କ ସହ ଭେଟ କରାଇବାକୁ ନେଇ ପାରନ୍ତି। କାହା ସହିତ କଥାବାର୍ତ୍ତା କଲା ବେଳେ ନିଜ ବକ୍ତବ୍ୟରେ ମଧୁରତା ବଜାୟ ରଖିବେ।

ବିଛା: ଆଜି ଆପଣଙ୍କୁ ନିଜ କ୍ୟାରିୟର ସମ୍ବନ୍ଧରେ କିଛି ଭଲ ଖବର ଶୁଣିବାକୁ ମିଳିପାରେ। ଆପଣ ସମସ୍ତଙ୍କୁ ନେଇ ଚଳିବାରେ ପୂରା ଲାଗିପଡ଼ିବେ। ସାଙ୍ଗମାନଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ, ଯେଉଁ କାରଣରୁ ସେ ଆପଣଙ୍କ ଉପରେ କ୍ରୋଧିତ ହେବେ।

ଧନୁ: ଧନୁ ରାଶିର ଲୋକଙ୍କ ପାଇଁ ଆଜି ଦିନ ମିଶ୍ରିତ ରହିବ। ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ନିଜ ଅନୁଭବର ପୂରା ଲାଭ ମିଳିବ। ସୁଖ, ସୁବିଧା ବୃଦ୍ଧି ହେବା ଦ୍ୱାରା ଆପଣଙ୍କ ମନ ଖୁସି ରହିବ। ବିଦ୍ୟାର୍ଥୀମାନଙ୍କର ଉଚ୍ଚଶିକ୍ଷାର ରାସ୍ତା ପ୍ରଶସ୍ତ ହେବ। ଯେଉଁମାନେ ବିଦେଶରୁ ବ୍ୟବସାୟ କରନ୍ତି, ସେମାନଙ୍କୁ କୌଣସି ବଡ଼ ଅର୍ଡର ମିଳିପାରେ।

ମକର: ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଆଜିର ଦିନ ଭଲ ରହିବ। ଆପଣ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ପୂରା ଚେଷ୍ଟା କରିବେ ଏବଂ ପରିବାରର କୌଣସି ସଦସ୍ୟଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ବି ଆପଣ ସହଜରେ ପୂରଣ କରିବାକୁ ସମର୍ଥ ହେବେ। ଆପଣଙ୍କୁ ଜୀବନସାଥୀଙ୍କ ଠାରୁ କୌଣସି ଉପହାର ମିଳିବା ଦ୍ୱାରା ମନ ପ୍ରସନ୍ନ ରହିବ।

କୁମ୍ଭ: ଧନ ମାମଲାରେ ଆଜିର ଦିନ କୁମ୍ଭ ରାଶି ଲୋକଙ୍କ ପାଇଁ ଭଲ ହେବାକୁ ଯାଉଛି। ଆପଣଙ୍କୁ କୌଣସି ପୁରୁଣା ନିବେଶରୁ ଭଲ ଲାଭ ମିଳିପାରେ। ଚାକିରି କରୁଥିବା ଲୋକେ ଅତି ସାବଧାନତାର ସହ କାମ କରନ୍ତୁ। ଆଜି ଆପଣଙ୍କ ଘରେ କୌଣସି ସଦସ୍ୟଙ୍କ ବିବାହ ପ୍ରସ୍ତାବ ଉପରେ ମୋହର ବାଜିପାରେ।

ମୀନ: ଆପଣଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବା ଦ୍ୱାରା ଆପଣ ପ୍ରସନ୍ନ ରହିବେ। ଆପଣ ପ୍ରତ୍ୟେକ କାର୍ଯ୍ୟ କରିବାକୁ ତତ୍ପର ରହିବେ। ଆପଣ ନିଜ ବାଣୀ ଏବଂ ବ୍ୟବହାରରେ ସହଜରେ ଲୋକଙ୍କ ହୃଦୟ ଜିତିବାକୁ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଆପଣଙ୍କୁ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.